ମାର୍ଚ୍ଚ ମାସରେ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ରେ ରେକର୍ଡ ପରିମାଣର ଅର୍ଥାତ୍ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ଯାହା ‌ଗତ ଫେବୃଆରୀରେ ଆଦାୟ ହୋଇଥିବା ୯୭,୨୪୭ କୋଟି ଟଙ୍କା ଠାରୁ ବେଶ୍ ଅଧିକ ରହିଛି। ମାର୍ଚରେ ୨୦,୩୫୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୭,୫୨୦ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୫୦,୪୧୮ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି।

GST collectଏହାବ୍ଯତିତ ୮୨୮୬ କୋଟି ଟଙ୍କାର ସେସ୍‌ ମଧ୍ୟ ଆଦାୟ କରାଯାଇଛି। ମାର୍ଚରେ ୭୫.୯୫ ଲକ୍ଷ ଜିଏସଟି ରିଟର୍ଣ୍ଣ ଫାଇଲ୍‌ ହୋଇଛି। ଜିଏସ୍‌ଟି ଲାଗୁ ହେବା ପର ଠାରୁ ମାର୍ଚରେ ସବୁଠୁ ଅଧିକ ଟିକସ ଆଦାୟ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ୯୮,୧୧୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ଯାହା ପୂର୍ବବର୍ଷର ହାରାହାରି ଆଦାୟ ତୁଳନାରେ ୯.୨% ଅଧିକ।

Leave A Reply

Your email address will not be published.