ଡିଗ୍ରୀ କରିଥିଲେ ଇନକମ୍‌ ଟାକ୍ସ ଇନ୍ସପେକ୍ଟର ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି କରିବେ

ଇନକମ୍‌ ଟାକ୍ସରେ ଚାକିରି କରିବାକୁ ଇଚ୍ଛୁକ କି ? ଇନକମ୍‌ ଟାକ୍ସ ବିଭାଗରେ ଖାଲିପଡିଛି ଟାକ୍ସ ଇନ୍ସପେକ୍ଟର ସହିତ ଅନ୍ୟ ପଦବୀ। ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୮ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ୱେବସାଇଟ୍‌ www.incometaxindia.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ସ୍ପୋଟର୍ସ କୋଟା ଥିଲେ ମିଳିବ ନିଯୁକ୍ତି।

ପଦବୀ ବିବରଣୀ: ୨୪

ଇନକମ ଟାକ୍ସ ଇନ୍ସପେକ୍ଟର : ୧

ଟାକ୍ସ ଆସିଷ୍ଟାଣ୍ଟ : ୫

ମଲ୍ଟି ଟାକ୍ସିଂ ଷ୍ଟାଫ : ୧୮

ଆବେଦନ କରିବାର ଶେଷ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୮ ଏପ୍ରିଲ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ କରିଥିବା ଜରୁରୀ। ମଲ୍ଟି ଟାକ୍ସିଂ ଷ୍ଟାଫ ପଦବୀ ପାଇଁ ୧୦ମ୍‌ ପାସ୍‌ କରିଥିବା ଜରୁରୀ। ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ନ୍ୟାସନାଲ କିମ୍ବା ଇଣ୍ଟରନ୍ୟାସନାଲ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ହେବା ଜରୁରୀ। କିନ୍ତୁ ସରଂକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ ବିଶେଷ ଛୁଟ୍‌ ଦିଆଯିବ।

ଚୟନ ପ୍ରକ୍ରିୟା : ଏହି ଚୟନ ଯୋଗ୍ୟତା ଏବଂ ଗ୍ରାଉଣ୍ଡ ଆଧାରରେ କରାଯିବ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ୍‌ incometaxindia.gov.in କୁ ଯାଆନ୍ତୁ।

ଏଠାରେ ହୋମ ପେଜ୍‌କୁ ଯାଇ ରିକ୍ର୍ୟୁଟମେଣ୍ଟ ନୋଟିସ ସେକ୍ସନକୁ ଯାଆନ୍ତୁ।

ଏଠାରେ ଥିବା ଭର୍ତ୍ତି ଲିଙ୍କରେ କ୍ଲିକ୍‌ କରନ୍ତୁ।

ଅଧିକାରକ ୱେବସାଇଟ୍‌କୁ ଯାଇ ନୋଟିଫିକେସନ ସହିତ ଆବେଦନ ଫର୍ମକୁ ଡାଉନଲୋଡ କରନ୍ତୁ।

ବିଜ୍ଞାପନରେ ଦିଆଯାଇଥିବା ଠିକଣା ଏବଂ ରେଜିଷ୍ଟ୍ରରେଡ ଡାକ ଜରିଆରେ ଆବେଦନ ପତ୍ର ପଠାଇପାରିବେ।

Leave A Reply

Your email address will not be published.