ଡାକ ବିଭାଗରେ ଖାଲିପଡିଛି ୨୩୫୭ ପଦବୀ, ୧୦ମ ପାସ୍ କରିପାରିବେ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପଦବୀରେ ଯୋଗ୍ଯ ପ୍ରାର୍ଥୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଅଭିଯାନ ମାଧ୍ୟମରେ ୨୩୫୭ ପଦବୀରେ ନିଯୁକ୍ତି ଦିଆଯାଇଛି। ଇଚ୍ଛୁକ ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ appost.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ।
ଆବେଦନ କରିବାର ଶେଷ ତାରିଖ ୧୯ ଅଗଷ୍ଟ ୨୦୨୧ ରହିଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦବୀ ବିବରଣୀ: ୨୩୫୭

ବ୍ରାଞ୍ଚ ପୋଷ୍ଟମାଷ୍ଟର

ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର

ଡାକ ସେବକ

ଶିକ୍ଷାଗତ ଯୋଗ୍ଯତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ଯକ। ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ମଧ୍ୟଆସୁଥିବା ଜରୁରୀ।

ବୟସ ସୀମା: ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ଯକ।

ଆବେଦନ ଶୁଳ୍କ: ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଚୟନ ପ୍ରକ୍ରିୟା: ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମେରିଟ ଲିଷ୍ଟ ଆଧାରରେ ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

http://www.appost.in/gdsonline/

Leave A Reply

Your email address will not be published.