ଦେଶରେ ମାର୍ଚ୍ଚ-୨୦୨୧ରେ ରେକର୍ଡ ଜିଏସ୍‌ଟି ସଂଗ୍ରହ, ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ପରଠାରୁ ମାର୍ଚ୍ଚର ସଂଗ୍ରହ ସର୍ବାଧିକ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ମାର୍ଚ୍ଚ ମାସରେ ରେକର୍ଡ ଜିଏସ୍‌ଟି ସଂଗ୍ରହ । ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ହେବାପରଠାରୁ ମାର୍ଚ୍ଚ ୨୦୨୧ର ଜିଏସ୍‌ଟି ଆଦାୟ ସର୍ବାଧିକ। ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କା ସଂଗ୍ରହ ହୋଇଛି । ଓଡ଼ିଶାରେ ମଧ୍ୟ ଜିଏସ୍‌ଟି ସଂଗ୍ରହ ବଢିଛି। ୨୦୨୦ ମାର୍ଚ୍ଚ ତୁଳନାରେ ୨୦୨୧ ମାର୍ଚ୍ଚରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହ ୨୫ ପ୍ରତିଶତ ବୃଦ୍ଧି ହୋଇଛି।

ମାର୍ଚ୍ଚ ୨୦୨୦ରେ ଓଡ଼ିଶାରେ ୨ହଜାର ୬୩୨ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଏବେ ୨୦୨୧ ମାର୍ଚ୍ଚରେ ୩ ହଜାର ୨୮୫ କୋଟି ଟଙ୍କା ସଂଗ୍ରହ ହୋଇଛି । …. ଦେଶରେ ଜାନୁଆରୀ ମାସରେ ୧ ଲକ୍ଷ ୧୯ ହଜାର ୮୭୫ କୋଟି, ଫେବ୍ରୁଆରୀରେ ୧ଲକ୍ଷ ୧୩ ହଜାର ୧୪୩ କୋଟି ଟଙ୍କା ଓ ମାର୍ଚ୍ଚ ମାସରେ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କା ସଂଗ୍ରହ ହୋଇଛି ।

Leave A Reply

Your email address will not be published.