Browsing Category

କ୍ରୀଡା

ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ରିଷଭ ପନ୍ତ, ବିଧାନସଭାରେ ହେବେ ସମ୍ମାନିତ

ଟିମ୍‌ ଇଣ୍ଡିଆର ଷ୍ଟାର୍ ଓ୍ୱିକେଟକିପର୍ ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ରାଜ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହାସହ ପନ୍ତଙ୍କୁ ବିଧାନସଭାରେ ସମ୍ମାନିତ…

ରାଜ୍ୟଗୋଷ୍ଠୀ ଅସି ଚାଳନା ଚାମ୍ପିଅନ୍‌ସିପ-୨୦୨୨ରେ କିଟ୍‌ ଛାତ୍ରୀ ଭବାନୀ ଦେବୀଙ୍କୁ ସ୍ୱର୍ଣ୍ଣ,ଲଗାତର ଦ୍ୱିତୀୟ ଥର…

କେନ୍ୟୁଜ୍(ବ୍ୟୁରୋ):  ଲଣ୍ଡନରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଅସି ଚାଳନା ଚାମ୍ପିଆନ୍‌ସିପ୍‌-୨୦୨୨ରେ ଭାରତର ଭବାନୀ ଦେବୀଙ୍କୁ ସ୍ୱର୍ଣ୍ଣ ପଦକ। ଅଷ୍ଟ୍ରେଲିଆର ଭେରୋନିକା ଭସିଲେଭାଙ୍କୁ ୧୫-୧୦ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ର‍୍ୟାଙ୍କିଂରେ ଭବାନୀ ଦେବୀଙ୍କ ସ୍ଥାନ ୪୨। କିନ୍ତୁ…

ଅବସର ଘୋଷଣା କଲେ ଟେନିସ ଖେଳାଳି ସେରେନା ଓ୍ଵିଲିୟମସ୍‌, ୟୁଏସ୍‌ ଓପନରେ ଖେଳିବେ ଶେଷ ମ୍ୟାଚ୍‌

ଆମେରିକାର ଷ୍ଟାର ଟେନିସ ଖେଳାଳି ସେରେନା ୱିଲିୟମସ ନିଜ ଅବସର ନେଇ ଘୋଷଣା କରିଛନ୍ତି । ୨୩ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିବା ପରେ ଟେନିସ ଦୁନିଆରୁ ବିଦାୟ ନେଇଛନ୍ତି। ୪୦ ବର୍ଷୀୟ ଏହି ଟେନିସ ଷ୍ଟାର ଖେଳାଳି ଇଷ୍ଟାଗ୍ରାମରେ ଏକ ଲେଖା ଲେଖି କହିଛନ୍ତି ‘ଜୀବନର ଗୋଟିଏ ସମୟରେ ଏପରି ଆସିଥାଏ…

ସଡ଼କ ଦୁର୍ଘଟଣାରେ ଚାଲିଗଲେ ‘ସ୍ଲୋ ଫିଙ୍ଗର ଅଫ ଡେଥ’ ରୁଡି କୋଏରଜେନ୍‌, ଗଲ୍ଫ ଖେଳିବାକୁ ଯାଇ ଆଉ ଫେରିଲେନି

କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । ବିଶ୍ୱ କ୍ରିକେଟ ଇତିହାସର ଲୋକପ୍ରିୟ ଅମ୍ପାୟର ରୁଡି କୋଏରଜେନ୍‌ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ୧୯୯୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ପ୍ରାୟ ୪୦୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଅମ୍ପାୟାରିଂ କରିଥିବା କୋଏରଜେନ୍‌ ସଡକ ଦୁର୍ଘଟଣାରେ ପ୍ରାଣତ୍ୟାଗ…

Asia Cup ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ପିଠିରେ ଯନ୍ତ୍ରଣା ଯୋଗୁଁ ବାଦ୍‌ ପଡିଲେ ଯଶପ୍ରୀତ ବୁମରା

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ୧୫ ଜଣିଆ ଟିମକୁ ଫେରିଛନ୍ତି ବିରାଟ କୋହଲି ଓ କେଏଲ ରାହୁଲ । ହେଲେ ଟିମରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବିଶ୍ରାମ ଦିଆଯାଇଛି । ବୁମରା ଗତ କିଛି ମ୍ୟାଚରେ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍‌ଯାପିତ, ଭାରତ ହାତେଇଲା ୨୨ ସ୍ୱର୍ଣ୍ଣ ଓ ୧୬ଟି ରୌପ୍ୟ

ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍‌ଯାପିତ ହୋଇଯାଇଛି। ଭାରତ ଚଳିତ ବର୍ଷ ମୋଟ ୬୧ଟି ମେଡାଲ ଜିତିଛି । ଏହା ମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି ବ୍ରୋଞ୍ଜ ଜିତିଛି ଭାରତ। ମେଡାଲ ତାଲିକାରେ ଭାରତ ୪ ନଂ ସ୍ଥାନରେ ରହିଛି। କୁସ୍ତିରେ ସର୍ବାଧିକ ୧୨ଟି ମେଡାଲ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସରେ ସ୍ବର୍ଣ୍ଣ ପଦକ ଜିତିଲେ ଶରତ କମଲ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଟେବୁଲ ଟେନିସ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଶରତ କମଳ | କହିବାକୁ ଗଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଥିଲା | ଶରତଙ୍କ ବ୍ୟତୀତ ପିଭି ସିନ୍ଧୁ ଓ ଲକ୍ଷ ସେନ ବ୍ୟାଡ୍ମିଣ୍ଟନ ସିଂଗଲସରେ ସ୍ବର୍ଣ୍ଣ ଜିତିଥିବା ବେଳେ…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ବ୍ୟାଡମିଣ୍ଟନରେ ଡବଲ ଧମାକା, ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ୍‌

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ଲକ୍ଷ୍ୟ ସେନ୍‌ । ଫାଇନାଲରେ ମାଲେସିଆର ଜି ୟଙ୍ଗଙ୍କୁ ହରାଇଛନ୍ତି ଲକ୍ଷ୍ୟ। ଫାଇନାଲକୁ ୧୯-୨୧, ୨୦-୦୯, ୨୧-୧୬ରେ ମାତ୍‌ ଦେଇଛନ୍ତି। ଭାରତକୁ ଏପର୍ଯ୍ୟନ୍ତ ୨୦ଟି ସ୍ୱର୍ଣ୍ଣ, ୧୫ ରୌପ୍ୟ ଏବଂ ୨୨…

କମନୱେଲଥ ଗେମ୍ସ ୨୦୨୨ : ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଲେ ପିଭି ସିନ୍ଧୁ, ଫାଇନାଲରେ କାନାଡା…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ପିଭି ସିନ୍ଧୁ। ଭାରତର ପିଭି ସିନ୍ଧୁ କାନାଡାର ମିସେଲ ଲିଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି।ଏହି ମ୍ୟାଚ୍ ପୂର୍ବରୁ ସିନ୍ଧୁଙ୍କ ବାମ ଗୋଡରେ ଆଘାତ ଲାଗିଥିଲା, ଏପରିକି ମ୍ୟାଚ୍ ମଝିରେ ସେ ଆହତ ହୋଇଥିଲେ।…

ବ୍ରୋଞ୍ଜ ଜିତିବା ପରେ ‘ସବସେ୍‌ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଭାରତୀୟ ମହିଳା ହକି…

ଭାରତୀୟ ମହିଳା ହକି ଟିମ୍‌ ୧୬ ବର୍ଷ ପରେ କମନୱେଲଥ ଗେମ୍ସରେ ପଦକ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୦୨ରେ ସ୍ୱର୍ଣ୍ଣ ଏବଂ ୨୦୦୬ରେ ରୌପ୍ୟ ଜିତିଥିଲା ଭାରତୀୟ ମହିଳା ହକି ଟିମ୍‌ । ଏହାପରେ ଚଳିତ ବର୍ଷ ବ୍ରୋଞ୍ଜ ପଦକ ଅକ୍ତିଆର କରିଛି ଭାରତୀୟ ଦଳ । ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ…

ଟି-୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ: ଅକ୍ଷର ପଟେଲ ମ୍ୟାନ୍‌ ଅଫ ସିରିଜ ଏବଂ ଅର୍ଶଦୀପ ସିଂ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌…

ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍‌ ଜିତି ସିରିଜ ବିଜୟ କରିଛି। ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୪-୧ରେ ଟି-୨୦ ସିରିଜ ଜିତିଛି। ରବିବାର ପଞ୍ଚମ ମ୍ୟାଚରେ ଭାରତ ୮୮ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟରଙ୍କ…

ମହିଳା କ୍ରିକେଟରେ ରୌପ୍ୟରେ ସନ୍ତୁଷ୍ଟ ଭାରତ, ଅଷ୍ଟ୍ରେଲିଆଠାରୁ ୯ ରନ୍‌ରେ ହାରିଲା ଦଳ

କେନ୍ୟୁଜ୍:ମହିଳା କ୍ରିକେଟର ରୌପ୍ୟରେ ସନ୍ତୁଷ୍ଟ । ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ସାମିଲ ମହିଳା ଟେ୍ଵଣ୍ଟି-୨୦ କ୍ରିକେଟରୁ ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ହର୍ମନପ୍ରୀତ କୌରଙ୍କ ଦଳ ୯ ରନ୍‌ରେ ହାରିଯାଇଥିଲେ। ଅଷ୍ଟ୍ରେଲିଆ ୧୬୧ ରନ୍‌…