ଆସିଲା ରନ୍ୱେ 34 ଟିଜର : ପାଇଲଟଙ୍କ ସଂଘର୍ଷର ସତ କାହାଣୀ, ସଲମାନ ଖାନଙ୍କ ଅନୁରୋଧରେ ଇଦକୁ ଆସିବ ଅଜୟ ଦେବଗନଙ୍କ ଥ୍ରୀଲର ଫିଲ୍ମ

ରିଲିଜ ହୋଇଛି ବଲିଉଡ ଫିଲ୍ମ ରନୱେ 34 ଟିଜର। ଏହି ଫିଲ୍ମରେ ଅଜୟ ଦେବଗନ୍, ଅମିତାଭ ବଚ୍ଚନ ଏବଂ ରକୁଲ ପ୍ରୀତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କିପରି ଜଣେ ପାଇଲଟ ଆକାଶ ମାର୍ଗରେ ସଂଘର୍ଷର ସାମ୍ନା କରନ୍ତି, ଏହି ଫିଲ୍ମରେ ହିଁ ଦେଖିବାକୁ ମିଳିବ। ଭୂମିରୁ ପ୍ରାୟ 35,000 ଫୁଟ ଉପରେ ଲୁଚିଥିବା ରହସ୍ୟ ଜଣାପଡିବ ଏହି ଫିଲ୍ମରେ। ଆପଣ ଏହି ଫିଲ୍ମର ଟିଜର ଦେଖିଲେ ଆପଣଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଉଠିବ। 48 ସେକେଣ୍ଡର ଏହି କ୍ଲିପ୍ ଅତି ରୋମାଞ୍ଚକର ।

 

 

View this post on Instagram

 

A post shared by Salman Khan (@beingsalmankhan)

ତେବେ ସଲମାନ ଖାନଙ୍କ କୌଣସି ଫିଲ୍ମ ଇଦ ରେ ଆସୁନଥିବାରୁ ସେ ନିଜ ବନ୍ଧୁ ଅଜୟ ଦେବଗନଙ୍କ ଫିଲ୍ମକୁ ପ୍ରଶଂସକଙ୍କୁ ଭେଟି ଦେବେ ବୋଲି ପୋଷ୍ଟ ସେୟାର କରିଛନ୍ତି। ଅଜୟ ଦେବଗନ୍, ଅମିତାଭ ବଚ୍ଚନ ଏବଂ ରକୁଲ ପ୍ରୀତ ସିଂ ‘ରନୱେ 34’ ର ଟିଜର ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଝଡ ତୋଫାନରେ ଉଡ଼ୁଥିବା ବିମାନ ସହିତ ଅଜୟ ଦେବଗନ୍ ଏବଂ ରକୁଲ ପ୍ରୀତ ସିଂଙ୍କୁ ପାଇଲଟ୍ ଭାବରେ ଦେଖିବାକୁ ମିଳିଛି । ସେମାନେ କିପରି ଏହି ପରିସ୍ଥିତିର ସାମ୍ନା କରୁଛନ୍ତି ତାହା ଆପଣ ଏହି ଫିଲ୍ମ ଦେଖିଲା ପରେ ହିଁ ଜାଣିପାରିବେ।

ପ୍ରକୃତ ଘଟଣା ଉପରେ ଏହି ଫିଲ୍ମ ତିଆରି କରାଯାଇଛି । ଫିଲ୍ମରେ ଅମିତାଭ ବଚ୍ଚନଙ୍କ ବ୍ୟତୀତ ଅଜୟ ଦେବଗନ୍, ରକୁଲ ପ୍ରୀତ ସିଂଙ୍କ ଛଡା ଫେମସ ୟୁଟ୍ୟୁବର ଅଜୟ ନାଗର (କ୍ୟାରି ମିନତି), ଅଙ୍ଗିରା ଧର ଏବଂ ବୋମାନ ଇରାନୀ ମଧ୍ୟ ଅଭିନୟ କରିଛନ୍ତି।

ଅଜୟ ଦେବଗନ୍ ଫିଲ୍ମସ୍ ଦ୍ୱାରା ଏହି ତିଆରି କରାଯାଇଛି ଓ କୁମାର ମଙ୍ଗତ ପଠକ, ବିକ୍ରାନ୍ତ ଶର୍ମା, ସନ୍ଦୀପ ହରିଶ କେୱଲାନି, ତାରଲୋକ ​​ସିଂ ଜେଟି, ହସେନ ହୁସେନି ଏବଂ ଜୟ କାନୁଜିଆ ରନ୍ୱେ 34 ପାଇଁ ସହ ପ୍ରଯୋଜନା ଦେଇଛନ୍ତି । ‘ରନୱେ 34’ ଏପ୍ରିଲ୍ ୨୯ ତାରିଖରେ ଇଦରେ ରିଲିଜ ହେବ।

Leave A Reply

Your email address will not be published.