କରୋନାକୁ ନେଇ ଡ଼ରି ଯାଉଛନ୍ତିକି, ଡ଼ରନ୍ତୁନି, ଇମ୍ୟୁନିଟି ବଢ଼ାଇବାକୁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଦେଶର କିଛି ଡାକ୍ତର ଓ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ନିଜକୁ ମାରାତ୍ମକ କରୋନା ଭାଇରସରୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ନିଜ ଇମ୍ୟୁନିଟି ଷ୍ଟ୍ରଙ୍ଗ କରିବା ଆବଶ୍ୟକ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ହେଲଦି ଫୁଡ ବିଷୟରେ କହିବାକୁ ଯାଉଛୁ ଯାହାକୁ ନିୟମିତ ସେବନ କଲେ ଆପଣ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ପାରିବେ । ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା ।

କିସମିସ:

କିସମିସ ଖାଇଲେ ହାଡ ମଜବୁତ ହେବା ସହ ଦାନ୍ତ ଷ୍ଟ୍ରଙ୍ଗ ହୋଇଥାଏ । ଏହା ବାଦ ଇମ୍ୟୁନିଟି ବଢ଼ାଇବାରେ ବି ଏହା ବେଶ ଲାଭକାରୀ । ମୁନକ୍କା କିସମିସ ଠାରୁ ଆଉ ଟିକେ ବଡ ଆକାରର । ଲାଲ ରଙ୍ଗର ବଡ ଅଙ୍ଗୁରକୁ ଶୁଖାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ପ୍ରୋଟିନ, ଫାଇବର, କପର, ଆଇରନ ପରି ଉପାଦାନ ରହିଛି । ତେଣୁ ଏହି କରୋନା କାଳରେ ନିୟମିତ କିଛି କିଛି ମୁନକ୍କା ଖାଇଲେ ଆପଣଙ୍କ ଶରୀର ମଜବୁତ ହେବ ।

raisins ଅଳସି:

ଅଳସି କିମ୍ବା ଫ୍ଲାକ୍ସ ସିଡ଼ରେ ଭରପୁର ଓମେଗା-3 ଫ୍ୟାଟି ଏସିଡ ରହିଛି । ଏହାକୁ ସକାଳ ସମୟରେ ଖାଇଲେ ଏହା ଶରୀରର ବ୍ୟାଡ଼ କୋଲେଷ୍ଟେରଲକୁ କମାଇ ଗୁଡ଼କୋଲେ ଷ୍ଟେରଲ ସୃଷ୍ଟି କରିଥାଏ । ହାର୍ଟକୁ ବି ଏହା ସୁସ୍ଥ ରଖେ ।

flaxseed

ଛତୁ:

ଏଥିରେ ଭିଟାମିନ ଡ଼ି ପ୍ରଚୁର ପରିମାଣରେ ଅଛି । ଏହା ବ୍ୟତୀତ ଅନେକ ପୋଷକ ତତ୍ତ୍ୱ ବି ରହିଛି । ଆପଣଙ୍କ ଇମ୍ୟୁନିଟି ବଢାଇବାରେ ଏହା ଉପାଦେୟ ହୋଇପାରିବ ।

brocoli

ବ୍ରୋକୋଲି:

ସାଲାଡ଼, ତରକାରୀ , ସୁପରେ ବ୍ରୋକୋଲି ବ୍ୟବହାର କରିବା ବି ଖୁବ ଉପକାରୀ । ଏହାକୁ ପୋଷକ ତତ୍ତ୍ୱର ଭଣ୍ଡାର ଘର ଭାବେ ଧରାଯାଏ ।ଭିଟାମିନ, ଆଣ୍ଟି ଅକ୍ସିଡ଼େଣ୍ଟ ବି ଏଥିରେ ପ୍ରଚୁର ପରିମାଣରେ ରହିଛି । ଏହା ସହ ଶରୀରର ରୋଗ ପ୍ରତିରୋଧି କ୍ଷମତା ବି ବଢ଼ାଇଥାଏ ।

Leave A Reply

Your email address will not be published.