ଅଧିକ ବୟସରେ ବି ଆପଣ ଦେଖାଯିବେ ଯୁବା, ଯଦି ନିୟମିତ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରିବେ ଏହି ତେଲ

ଆମ ଦୈନନ୍ଦିନ ଜୀବନରେ ତେଲର ବହୁତ ମହତ୍ତ୍ୱ ରହିଛି। କିଛି ତେଲ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାନ୍ତି ତ କିଛି ତେଲକୁ ଔଷଧ ରୂପେ ବ୍ୟବହାର କରାଯାଏ। ସେଥିମଧ୍ୟରୁ ଲବଙ୍ଗ ତେଲକୁ ଖାଦ୍ୟ ଅପେକ୍ଷା ଔଷଧ ରୂପରେ ଅଧିକ ଉପଯୋଗ କରାଯାଇଥାଏ। ଏହି ତେଲର ପ୍ରଭାବ ବହୁତ ଗରମ ହୋଇଥାଏ। ଦାନ୍ତ ଦରଜ ଏବଂ କାଶ ହେଲେ ଏହାକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ। ଆସନ୍ତୁ ଜାଣିବା ଏହାର ଆଉ ସବୁ କେଉଁ ଔଷଧୀୟ ଗୁଣ ରହିଛି।

rrtr

୧. ଲବଙ୍ଗରେ ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଫଙ୍ଗଲ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥାଏ। ତ୍ୱଚାର ଦେଖାଶୁଣା ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ। ଏହା ଏକ ଭଲ ବିୟୁଟି ପ୍ରଡକ୍ଟ। ଏହାକୁ ନିୟମିତ ରୂପେ ବ୍ୟବହାର କଲେ ତ୍ୱଚା ସମ୍ୱନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

୨. ଲବଙ୍ଗ ତେଲ ବ୍ରଣ ସମସ୍ୟାକୁ ରୋକି ଦେଇଥାଏ। ଏହାକୁ ନିୟମିତ ମସାଜ କଲେ ମୁହଁରୁ ସମସ୍ତ ପ୍ରକାର ଦାଗ, ଚିହ୍ନ ଦୂର ହୋଇଯାଏ। ଏହା ତ୍ୱଚାରେ କୁଞ୍ଚନ ସମସ୍ୟାକୁ ବି ଦୂର କରିଥାଏ। ପ୍ରତ୍ୟେକ ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁଁହରେ ଲବଙ୍ଗ ତେଲ ମାଲିସ କରନ୍ତୁ। ଏମିତି କଲେ ଆପଣ ଯୁବା ଭଳି ଦେଖାଯିବେ।

hjuh

୩. ଲବଙ୍ଗ ତେଲ କେଶ ପାଇଁ ମଧ୍ୟ ବହୁତ ଉପଯୋଗୀ। ଲବଙ୍ଗ ତେଲରେ ନଡ଼ିଆ ତେଲ ମିଶାଇ କେଶରେ ଲଗାଇଲେ କେଶ ଜଲଦି ଧଳା ହୋଇ ନ ଥାଏ। କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଇଥାଏ। କେବଳ ଲବଙ୍ଗ ତେଲ ଲଗାଇବା ବିପଦ ହୋଇପାରେ। ତେଣୁ ଏହାକୁ ନଡ଼ିଆ ତେଲରେ ହିଁ ମିଶାଇ ଲଗାଇବା ଉଚିତ।

Leave A Reply

Your email address will not be published.