ଘରେ ଲଗାନ୍ତୁ ଶମି ଗଛ: ଦୂର ହେବ ଦୁଷ୍ପ୍ରଭାବ, ଅଭାବ ହେବନି ଧନ

ହିନ୍ଦୁ ଧର୍ମଗ୍ରନ୍ଥରେ ଗଛକୁ ନେଇ ଅନେକ ମହତ୍ତ୍ବ ରହିଛି। ଏଥିରେ ପ୍ରକୃତି ପୂଜାର ବିଶେଷ ସ୍ଥାନ ରହିଛି। ଏମିତିରେ ସବୁ ଗଛ ବାତାବରଣକୁ ଶୁଦ୍ଧ କରିବା ସହିତ ପରିବେଶକୁ ସ୍ବଚ୍ଛ କରିଥାଏ। କିନ୍ତୁ ଏମିତି କିଛି ଗଛ ରହିଛି, ଯାହାର ଔଷଧୀୟ ମହତ୍ତ୍ବ ସହିତ ଧାର୍ମିକ ମହତ୍ତ୍ବ ଅଧିକ ରହିଥାଏ। ଏଥିରେ ଶମି ଗଛ ଅନ୍ଯତମ।

ଶମି ଗଛର ସମ୍ପର୍କ ଶନିଦେବଙ୍କ ସହିତ ରହିଛି। ନବଗ୍ରହରେ ଶନି ମହାରାଜାଙ୍କ ଦଣ୍ଡାଧିକାରୀଙ୍କ ସ୍ଥାନ ରହିଥାଏ। ଏଥିପାଇଁ ଯେତେବେଳେ ଶନିଙ୍କ ଦଶା କିମ୍ବା ସାଢେସାତୀ ଆସେ, ତେବେ ଜାତକରେ ଭଲମନ୍ଦ କର୍ମର ସଂପୂର୍ଣ୍ଣ ହିସାବ ହୋଇଥାଏ। ଏଥିପାଇଁ ଶନିଙ୍କ ପ୍ରକୋପ ଯୋଗୁଁ ସମସ୍ତେ ଭୟଭୀତ ହୋଇଥାନ୍ତି। ଶମି ଏବଂ ଅଶ୍ବତ୍ଥ ଗଛ, ଯାହା ଉପରେ ଶନିଙ୍କ ପ୍ରଭାବ ରହିଥାଏ। ଅଶ୍ବତ୍ଥ ଗଛ ବହୁତ ବଡ ହୋଇଥିବା ଯୋଗୁଁ ଘରେ ଲଗାଯାଏ ନାହିଁ କିନ୍ତୁ ଶମି ଗଛ ଲଗାଯାଏ।

shami

ଶନିବାର ଦିନ ସନ୍ଧ୍ଯାରେ ଶମି ଗଛ ମୂଳରେ ପୂଜା କରିବା କିମ୍ବା ସୋରିଷ ତେଲରେ ଦୀପ ଲଗାଇଲେ ଶନି କୁପ୍ରଭାବ କମ୍ ହୋଇଥାଏ। ଶମି ଗଛକୁ ଘରେ ଲଗାଇ ପୂଜା କରନ୍ତୁ। ଏପରି ପୂଜା କଲେ ଧନ ଏବଂ ବୈଭବର ଅଭାବ ରହେ ନାହିଁ। ସବୁବେଳେ ସୁଖ ଶାନ୍ତି ରହିଥାଏ। ଶନିବାର ଦିନ ଶମି ପତ୍ରକୁ ଶନିଦେବ ଅର୍ପଣ କରିବା ଦ୍ବାରା ଶନିଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି। ଜାତକ କାର୍ଯ୍ଯରେ ହେଉଥିବା ବାଧକ ଦୂର ହୁଏ।

ମାନ୍ଯତା ଅନୁଯାୟୀ, ଶମି ଗଛରେ ଅଗ୍ନି ଦେବତା ବାସ କରନ୍ତି। ତେଣୁ ଯଜ୍ଞରେ ଅଗ୍ନି ପ୍ରଜ୍ଜଳିତ କରିବା ପାଇଁ ଶମି ଗଛର ପ୍ରୟୋଗ କରାଯାଏ। ଶମି ଗଛ ଲଗାଇ ତାର ପ୍ରତିଦିନ ପୂଜା କଲେ ଘରୁ କୁପ୍ରଭାବ ଦୂର ହୋଇପାରିବ।

ଶମି ଗଛରେ ଭଗବାନ ଶିବ ମଧ୍ୟ ବାସ କରନ୍ତି। ତେଣୁ ଏହାର ପତ୍ରକୁ ଗଣେଶଙ୍କ ପାଖରେ ଅର୍ପଣ କରନ୍ତୁ। ସୁଖ-ଶାନ୍ତି ମିଳିବ।

Leave A Reply

Your email address will not be published.