ଆମେରିକାରେ ରେକର୍ଡ଼ ଭାଙ୍ଗୁଛି ଶୀତ ଓ ବରଫପାତ, ମାଇନସ୍‌ ୬୦ରେ ପହଞ୍ଚିବ ତାପମାତ୍ରା

ମାଡିସନ୍‌ : ଶୀତ ଓ ବରଫପାତ ଭାଙ୍ଗିଲା ରେକର୍ଡ଼ । ଆମେରିକାର ଉତ୍ତର, ମଧ୍ୟ-ପଶ୍ଚିମ ଭାଗରେ ଭୟଙ୍କର ଥଣ୍ଡା ଅନୁଭୂତ ହେଉଛି । ଲୋକେ ପୂରା ନୟାନ୍ତ ହୋଇ ସାରିଲେଣି । ଏହି ଅଞ୍ଚଳରେ ଏବେ ତାପମାତ୍ରା ମାଇନସ୍‌ ୨୦ ରହିଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ମାଇନସ୍‌ ୫୦କୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛିା ବିଶେଷ କରି ମିନେସୋଟା ଓ ନ୍ୟୁ ଇଂଲଣ୍ଡରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଛି । ଯେଉଁଠି ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଚିକାଗୋ, ଡେଟ୍ରଏଟ୍‌, ମିନିପୋଲିସ୍‌, ମିଲଓ୍ଵାଉକି ଆଦି ସ୍ଥାନର ପ୍ରବଳ ଶୀତ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି ।

14
ବହୁ ବର୍ଷ ପରେ ଚଳିତ ସପ୍ତାହରେ ଚିକାଗୋର ତାପମାତ୍ରା ପୁରୁଣା ରେକର୍ଡ଼ ଭାଙ୍ଗିବ । ଗୁରୁବାର ଦିନ ତାପମାତ୍ରା ମାଇନସ୍‌ ୨୭ରେ ପହଞ୍ଚିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ୧୯୮୫ ମସିହା ଜାନୁଆରୀ ୨୦ରେ ମଧ୍ୟ ଚିକାଗୋର ସର୍ବନିମ୍ନ ତାପମାତ୍ର ମାଇନସ୍‌ ୨୭ ଥିଲା । ଚଳିତ ସପ୍ତାହରେ ଏହା ମାଇନସ୍‌ ୨୯ରେ ପହଞ୍ଚିବ । ସୂଚନା ଥାଉକି ଆମେରିକାର ଅନ୍ୟସ୍ଥାନ ତୁଳନାରେ ଚିକାଗୋରେ ସବୁ ବେଳେ ଅଧିକ ତାପମାତ୍ରା ରହିଥାଏ ।

17
ଆର୍କଟିକ୍‌ ମହାସାଗରରୁ ଆସୁଥିବା ଏହି ଶୀତ ଲହରୀ ପ୍ରଭାବରେ ଅନେକ ସ୍ଥାନ ସମ୍ପୂର୍ଣ୍ଣ ରୂପେ ବରଫ ଚାଦରରେ ଘୋଡ଼ାଇ ହୋଇ ଯାଇଛି । ଯାହାଫଳରେ ବିଭିନ୍ନ ଅଞ୍ଚଳର ପ୍ରାୟ ୨୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି । ନଦର୍ଣ୍ଣ ଗ୍ରେଟ୍‌ ଲେକ୍‌ ଅଞ୍ଚଳରେ ତାପମାତ୍ରା ମାଇନସ୍‌ ୬୫ ଡିଗ୍ରୀ ସେଲସିୟସ୍‌ ହୋଇଯିବ ବୋଲି ସୂଚନା ମିଳିଛି ।
ବର୍ତ୍ତମାନର ହାଡ଼ଥରା ଶୀତ ଓ ପ୍ରବଳ ବରଫପାତ ଯୋଗୁଁ ମିନେସୋଟାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି । ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଶହ ଶହ ବିମାନକୁ ବାତିଲ କରି ଦିଆଯାଇଛି । ଯାତାୟାତ ଠପ୍‌ ହୋଇଯାଇଛି ।

 

Leave A Reply

Your email address will not be published.