ପୁସ୍ତକ ଉନ୍ମୋଚନ ଉତ୍ସବରେ ଏକାଠି ହେଲେ ବିଜେପି ଓ ବିଜେଡି ସାଂସଦ

ପୁଣି ଏକାଠି ବିଜେପି ଓ ବିଜେଡି ସାଂସଦ । ଏଥର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ । ପଣ୍ଡିତ ପ୍ରୋବୋଧ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ଓ ମଦର, ମଦର ଲ୍ୟାଣ୍ଡକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରମେଶ ନିଶଙ୍କ ପୋଖରିଆଲ । ସେହିପରି କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାଯ୍ୟର୍,ରମେଶ ମାଝୀ,ଚନ୍ଦ୍ରଣୀ ମୁର୍ମୁ,ପ୍ରମିଳା ବିଶୋଇ,ଶର୍ମିଷ୍ଟା ସେଠୀ, ମହେଶ ସାହୁ ଓ ବିଜେପି ସାଂସଦ ସୁରେଶ ପୂଜାରୀ,ସଂଗୀତା ସିଂଦେଓ, ନୀତେଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ । ଦୁଇ ଦିନ ପୂର୍ବରୁ ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ କାମ ଶୀଘ୍ର ସାରିବା ନେଇ ଉଭୟ ବିଜେଡି ଓ ବିଜେପି ସାଂସଦ ଏକାଠି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଗଡକରୀଙ୍କୁ ଭେଟି ଆଲୋଚନା କରିଥିଲେ ।

Leave A Reply

Your email address will not be published.