ନେତାଙ୍କୁ ମହଙ୍ଗା ପଡିଲା କାଦୁଅ ଛିଟା, ନାକ ଘଷି ମାଗିଲେ କ୍ଷମା

ଡୁଙ୍ଗରପୁର: ନେତାଙ୍କୁ ମହଙ୍ଗା ପଡିଲା କାଦୁଅ ଛିଟା । ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନରେ । ରାଜସ୍ଥାନର ଡୁଙ୍ଗରପୁରର ସାଗୱାଡାରେ କଂଗ୍ରେସ ନେତାଙ୍କ ସହିତ ପୂର୍ବ ଜିଲ୍ଲା ପ୍ରମୁଖ ଭଗବତୀଲାଲ ରଥ କଂଗ୍ରେସ ଅଧକ୍ଷ ସଚିନ୍ ପୟଲଟଙ୍କ ସଭାରେ ଯୋଗଦେବା ପାଇଁ ଯାଇଥିଲେ । ଗାଡିରେ ଯିବା ସମୟରେ ଜୋସୱା ଗାଁ ନିକଟରେ ୪ଜଣ ଯୁବକଙ୍କ ଉପରେ ରାସ୍ତାରେ ଥିବା କାଦୁଅ ପଡିଯାଇଥିଲା । ଯାହାଫଳରେ ଗ୍ରାମବାସୀମାନେ ପ୍ରାୟ ୨ କିଲୋମିଟର ତାଙ୍କ ପିଛା କରିବା ପରେ ଗାଡିକୁ ଅଟକାଇଥିଲେ  ଏବଂ ଯୁକ୍ତିତର୍କ କରିଥିଲେ । ଶେଷରେ ଶ୍ରୀ ରଥ ନାକ ଘଷି କ୍ଷମା ପ୍ରାର୍ଥନା କରିଥିଲେ । କିଛି ଲୋକ ଏହି ଘଟଣାର ଭିଡିଓ କରି ଭାଇରାଲ କରିଥିଲେ । ଏହି ଘଟଣା ସଚିନଙ୍କ ସଭାସ୍ଥଳୀରେ ପହଁଞ୍ଚିଥିଲା । ତେବେ ଏହି ଘଟଣାକୁ କିଛି ଲୋକ ଜାଣିଶୁଣି ଷଡଯନ୍ତ୍ର କରିଥିବା ସହ କଂଗ୍ରେସକୁ ବଦନାମ କରିବାକୁ ଚାହୁଁଥିବା କଂଗ୍ରେସ ନେତାମାନେ କହିଛନ୍ତି ।

Leave A Reply

Your email address will not be published.