ଦିନରେ ଧମକ, ରାତିରେ ଜିଲ୍ଲାପାଳଙ୍କ ବଦଳି

କଠିବାଡ଼ା (ରାଜସ୍ଥାନ) : କଲେକ୍ଟର ବହୁତ ହଇରାଣ କରୁଛି । ଅଫିସରଙ୍କୁ ୟାଡ଼େ ସ୍ୟାଡ଼େ ବଦଳି କରି ଦେଉଛି । ଲୋକଙ୍କ କାମ ନିରପେକ୍ଷ ଭାବେ କରୁ ନାହିଁ । ଆଉ ତାର ରକ୍ଷା ନାହିଁ । ଚାରି ଦିନରେ ତା ପେଡ଼ି ପୁଟୁଳି ବାନ୍ଧି ଏଠୁ ଯିବ । ଏଭଳି ଧମକ ଦେଲେ ଜଣେ ବିଧାୟିକା । ଦିନ ବେଳା ବିଧାୟିକାଙ୍କ ଧମକ ପରେ ରାତି ବେଳକୁ ଆଉ କଲେକ୍ଟର ନଥିଲେ । ତାଙ୍କ ବଦଳି ହୋଇ ସାରିଥିଲା । ଏହି ଘଟଣା ହେଉଛି ରାଜସ୍ଥାନର ଆଲୀରାଜାପୁର ଅଞ୍ଚଳର । ଏଠାକାର କଠିବାଡ଼ାରେ ନବନିର୍ବାଚିତ କଂଗ୍ରେସ ବିଧାୟିକା କଲାବତୀ ଭୁରିୟା ଜିଲ୍ଲପାଳ ଗଣେଶ ଶଙ୍କର ମିଶ୍ରାଙ୍କୁ ଧମକ ଦେବା ପରେ ତାଙ୍କର ବଦଳି ହୋଇଛି । ରିୟା ଅଞ୍ଚଳରେ କଲାବତୀ ବିଜୟ ଶୋଭାଯାତ୍ରା କରିବା ପରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେଠାରେ ସମସ୍ତଙ୍କ ଆଗରେ ଏଭଳି ଚେତାବନୀ ଦେଇଥିଲେ ।
ଆହୁରି ମଧ୍ୟ ସରକାରୀ ଅଧିକାରୀଙ୍କୁ ସେ ଚେତାବନୀ ଦେଇ କହିଛନ୍ତି, ଅଫିସରମାନେ ସୁଧୁରି ଯାଆନ୍ତୁ । ଗ୍ରାମାଞ୍ଚଳରୁ ବିଭିନ୍ନ କାମ ପାଇଁ ଆସୁଥିବା ଲୋକଙ୍କୁ ବାରମ୍ବାର ନଦୌଡ଼ାଇ ସେମାନଙ୍କ କାମ କରି ଦିଅନ୍ତୁ । ନଚେତ କାର୍ଯ୍ୟାନୁଷ୍ଠାନ ହେବ । କାରଣ ଏବେ କମିଶନଖୋରଙ୍କ ଶାସନ ଯାଇଛି ଜନତାର ଶାସନ ଆସିଛି ବୋଲି କଲାବତୀ କହିଛନ୍ତି । ଦେଖନ୍ତୁ ବିଧାୟିକା କଲାବତୀଙ୍କ ଭାଷଣର ଭିଡିଓ….
ସୌଜନ୍ୟ : ଏଏନ୍‌ଆଇ


 

 

Leave A Reply

Your email address will not be published.