ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଆଜି ରାଜତିଲକ , ଶପଥ ନେବେ ତିନି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ(କେନ୍ୟୁଜ୍) : ଦେଶର ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କଂଗ୍ରେସ ସରକାର। ଆଜି ରହିଛି ଶପଥ ଗ୍ରହଣ ଉତ୍ସବ। ମଧ୍ୟପ୍ରଦେଶରେ କମଲନାଥ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟ ଏବଂ ଛତିଶଗଡ଼ରେ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୧ତାରିଖ ରେଜଲ୍ଟ ପରେ ସ୍ପଷ୍ଟ ହୋଇଥିଲା କଂଗ୍ରେସ ତିନିଟି ରାଜ୍ୟରେ ସରକାର ଗ୍ରହଣ କରିବେ। କିନ୍ତୁ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଲାଗି ବହୁ ଦାବିଦାର ଥିବାରୁ ଚନୟରେ ସମୟ ଲାଗିଥିଲା। ଏପରିକି ଗତକାଲି ହିଁ ସ୍ପଷ୍ଟ ହେଲା ଛତିଶଗଡ଼ରେ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ହେବେ।

Congress-Chhattisgarh-770x433ଆଜିର ଶପଥ ଗ୍ରହଣ ଉତ୍ସବରେ ବିରୋଧୀଙ୍କ ମେଳି ଦେଖିବାକୁ ମିଳିବ। ତିନିଟି ରାଜ୍ୟରେ ଶପଥ ଗ୍ରହଣ ଉତ୍ସବରେ ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନ, ଆରଜେଡିରୁ ତେଜସ୍ୱୀ ଯାଦବ, ବିଏସ୍‌ପିରୁ ମାୟାବତୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେଇ ପାରନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ନିର୍ବାଚନରେ କଂଗ୍ରେସ-ବିଏସ୍‌ପି ମେଣ୍ଟ ହୋଇ ପାରିନଥିଲା। କିନ୍ତୁ ଫଳାଫଳ ପରେ ବିଏସ୍‌ପି ସମର୍ଥନ ଦେଲା। ଏହାସହ ଏବେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ମାୟାବତୀ ।

Leave A Reply

Your email address will not be published.