ପଶ୍ଚିମବଙ୍ଗ ରାମପୁରହାଟ ଥାନାରେ ଓଡ଼ିଆ ଆଇଏଏସ୍‌ଙ୍କୁ ଥାନା ଏସ୍‌ଡିପିଓଙ୍କ ଦୁଃର୍ବ୍ୟବହାର ଘଟଣା, କୋଲକାତାର ନୀଳଚକ୍ର ସଂଗଠନ ପକ୍ଷରୁ ପ୍ରତିବାଦ

କୋଲକାତାର(କେନ୍ୟୁଜ୍ ) : ପଶ୍ଚିମବଙ୍ଗ ରାମପୁରହାଟ ଥାନାରେ ଓଡ଼ିଆ ଆଇଏଏସ୍‌ ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଥାନା ଏସ୍‌ଡିପିଓଙ୍କ ଦୁଃର୍ବ୍ୟବହାର ଘଟଣାରେ ପ୍ରତିବାଦ କରିଛି କୋଲକାତାର ନୀଳଚକ୍ର ସଂଗଠନ । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି । ସେହିପରି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଚିଠି ଦିଆଯାଇଛି । ଏହା ଓଡିଶା ଭାଷାଭାଷୀଙ୍କ ପାଇଁ ସ୍ୱଭିମାନର ପ୍ରଶ୍ନ ହୋଇଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ସଙ୍ଗଠନ ଦାବି କରିଛି ।

Leave A Reply

Your email address will not be published.