ପଶ୍ଚିମ ବଙ୍ଗ ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

ପଶ୍ଚିମ ବଙ୍ଗ ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ବିବାଦୀୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ରାଜ୍ୟ କ୍ୟାବିନେଟ ବୈଠକରେ ପାର୍ଥଙ୍କୁ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡ଼ିର କାର୍ଯ୍ୟାନୁଷ୍ଠାନ ତଥା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାର୍ଥଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ।

୨୧ କୋଟି ପରେ ଆଉ ୨୮ କୋଟି ବାହାରିଲା। ମେସିନ୍‌ ଆଉ ବ୍ୟାଙ୍କ୍‌ବାଲା ଟଙ୍କା ଗଣିଗଣି ନୟାନ୍ତ ହୋଇଯାଇଥିଲେ । ମମତାଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରେ ରେଡ୍‌ କରିଥିଲା ଇଡି। ରେଡ୍‌ ବେଳେ ଗୋଟିଏ ଥାକରୁ ପୁଳାପୁଳା ଟଙ୍କା ବାହାରିଥିଲା। ବ୍ୟାଙ୍କରୁ ବିଶେଷ ଭାବରେ ମେସିନ୍‌ ଆସିଥିଲା ଟଙ୍କା ଗଣିବା ପାଇଁ । କୋଟି କୋଟି ଟଙ୍କା ଗଣିଲା ମେସିନ୍‌ । ଆଉ ଗୋଟିଏ କୋଠରୀରୁ ୫ କେଜିର ସୁନା ଜବତ ହୋଇଛି । ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ମଧ୍ୟ ଜବତ କରିଛି ଇଡି ।

Leave A Reply

Your email address will not be published.