ସିଟିଜେନ୍‌ ଆମେଣ୍ଡମେଣ୍ଟ ଆକ୍ଟକୁ କାହିଁକି ବିରୋଧ କରୁଛନ୍ତି ମୁସଲମାନ୍‌ ?

ନାଗରିକ ସଂଶୋଧନ ବିଲ୍‌ ସିଏଏ । ଯାହା ପୂର୍ବରୁ ସିଏବି ଥିଲା । ପ୍ରବଳ ବିରୋଧ ପରେ ସରକାର ଏହାକୁ ସିଏଏ କରିଛନ୍ତି । ଯାହାକୁ ନେଇ ଜଳୁଛି ଦେଶର ଅଧିକାଂଶ ଭାଗ । ଆସନ୍ତୁ ଜାଣିବା କଣ ଏଇ ସିଏଏ । ସିଟିଜେନ୍‌ ଆମେଣ୍ଡମେଣ୍ଟ ଆକ୍ଟ ବା ସିଏଏ ।

CAA-1ଧର୍ମ ଆଧାରରେ ଭାରତୀୟ ନାଗରିକଙ୍କ ମଧ୍ୟରେ କୌଣସି ଭେଦଭାବ ନରଖିବା ହେଉଛି ଭାରତୀୟ ସମ୍ବିଧାନର ମହତ୍ୱ । ହେଲେ ସିଏଏ ଏହି ଧାରାର ବିରୋଧ କରୁଛି ବୋଲି ବିରୋଧମାନେ ଦାବି କରୁଛନ୍ତି । ଏହା ସହିତ ଏଥିରେ ଶିଖ୍‌, ଖ୍ରୀଷ୍ଟିଆନ୍‌ ସମସ୍ତଙ୍କୁ ସାମିଲ କରାଯାଇଥିବା ବେଳେ ମୁସଲମାନମାନଙ୍କୁ ସାମିଲ କରାଯାଇ ନଥିବାରୁ ସେମାନେ ବିରୋଧ କରି ସ୍ୱର ଉଠାଛନ୍ତି । ଏହି ଆଇନ୍‌ ଲାଗୁ ହେବା ଫଳରେ ଅନେକ ଲୋକଙ୍କ ଠାରୁ ନାଗରିକତ୍ୱ ଉଚ୍ଛେଦ ହେବ ବୋଲି ଏକ ଆଶଙ୍କା କରାଯାଉଛି । ଯାହାକୁ ନେଇ ସରକାର ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ ଏଭଳି କିଛି ହେବ ନାହିଁ ବୋଲି ।
ତେବେ ଏହି ଆଇନ୍‌ ଲାଗୁ ହେବା ଫଳରେ ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରୁ ଆସୁଥିବା ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟର ଲୋକଙ୍କୁ ଭାରତର ନାଗରିକ ଭାବେ ଗ୍ରହଣ କରାଯିବ । ହେଲେ ଏଥିରେ ମୁସଲମାନଙ୍କୁ ସାମିଲ କରାଯାଇ ନଥିବାରୁ ତାକୁ ପ୍ରବଳ ବିରୋଧ କରାଯାଇଛି । ଗୋଟିଏ ଭୁଲ ବାର୍ତ୍ତା ପ୍ରଚାର ହେଉଛି ଯେ ହିନ୍ଦୁ ରାଷ୍ଟ୍ର ଭାରତରେ ଆଉ ମୁସଲମାନମାନଙ୍କୁ ରଖାଯିବ ନାହିଁ ।

କେବେ ଆସିଥିଲା ଏହି ବିଲ୍‌

ପ୍ରଥମେ ୨୦୧୬ ମସିହା ଜୁଲାଇ ୧୯ ତାରିଖରେ ସଂସଦରେ ଏହି ବିଲ୍‌ ଉପସ୍ଥାପନ ହୋଇଥିଲା । ସେହି ବର୍ଷ ଅଗଷ୍ଟ ୧୨ ତାରିଖରେ ଏହାକୁ ସଂସଦର ଯୁଗ୍ମ କମିଟିକୁ ଦିଆଯାଇଥିଲା । ଏହି କମିଟି ଚଳିତ ବର୍ଷ ତାର ରିପୋର୍ଟ ଦେଇଛି । ଯାହାକୁ ଗତ ଡିସେମ୍ବର ୯ ତାରିଖରେ ଲୋକସଭାରେ ପୁଣିଥରେ ଉପସ୍ଥାପନ ପରେ ବର୍ତ୍ତମାନର ସରକାର ତାହାକୁ ପାସ୍‌ କରାଇବାରେ ସମର୍ଥ ହୋଇଛନ୍ତି । ସେହିଭଳି ଡିସେମ୍ବର ୧୧ ତାରିଖରେ ଏହା ରାଜ୍ୟସଭାରେ ମଧ୍ୟ ପାସ୍‌ ହୋଇଗଲା । ତା ପରଦିନ ଅର୍ଥାତ୍‌ ଡିସେମ୍ବର ୧୨ରେ ରାଷ୍ଟ୍ରପତି ମଧ୍ୟ ଏହି ବିଲ୍‌ ଉପରେ ମୋହର ମାରିଲେ । ଏହା ପରେ ନାଗରିକତା ସଂଶୋଧନ ବିଲ୍‌ ଆଇନ୍‌ରେ ପରିଣତ ହୋଇଛି ।

CAA-2

କେମତି ମିଳିବ ନାଗରିକତା

ଯଦି ଭାରତରେ ୧୧ ବର୍ଷ ଧରି ରହିଥିବେ ତେବେ ବିଦେଶରୁ କୌଣସି କାରଣରୁ ଭାରତ ପଳାଇ ଆସିଥିବା ନାଗରିକଙ୍କୁ ଭାରତର ନାଗରିକତା ମିଳିବ ବୋଲି ପୂର୍ବରୁ ନିୟମ ରହିଥିଲା । ଏବେ କିନ୍ତୁ ଏହାକୁ ୬ ବର୍ଷକୁ କମାଇ ଦିଆଯାଇଛି । ତେବେ ଏହି ନିୟମ କେବଳ ବିଦେଶରୁ ଆସିଥିବା ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ୍‌, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟର ଲୋକଙ୍କ କ୍ଷେତ୍ରରେ ଲାଗୁ ହେବ ।

NRCA-4

କାହିଁକି ଆସିଛି ଏହି ବିଲ୍‌ ?

ଭାରତରେ ଅନୁପ୍ରବେଶକାରୀ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି । ସେମାନଙ୍କୁ ରୋକିବା ପାଇଁ ଏହି ନାଗରିକତା ସଂଶୋଧନ ବିଲ୍‌ ଅଣାଯାଇଛି । ଯାହା ଦେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି ।

ଡର କାହିଁକି ?

ଆହୁରି ମଧ୍ୟ ଆସାମ ଭଳି ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଅଧିକ ସଂଖ୍ୟକ ଅନୁପ୍ରବେଶକାରୀ ରହିଥିବା ଜଣାପଡ଼ିଛି । ସେହିପରି ଯେଉଁ ରାଜ୍ୟକୁ ଭାଷା ଆଧାରରେ ଅଗଠନ କରାଯାଇଛି ସେଠାରେ ମଧ୍ୟ ଏଇ ସମସ୍ୟା ରହିଛି । ଯଦି ସେଠାରେ ଏମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ତେବେ ସେଠାକାର ମୂଳ ବାସିନ୍ଦାମାନେ ସଂଖ୍ୟାଲଘୁ ହୋଇଯିବେ । ଏହି ଆଶଙ୍କାରେ ମଧ୍ୟ ବିଲ୍‌ ପାଇଁ ବିରୋଧର ସ୍ୱର ଉଠିଛି । ଆହୁରି ମଧ୍ୟ ଯେଉଁ ରାଜ୍ୟରେ ଜନଜାତି ଲୋକ ରହୁଛନ୍ତି ସେମାନେ ମଧ୍ୟ ନିଜ ଜୀବନ ଜିବିକାକୁ ନେଇ ଆଶଙ୍କାରେ ରହୁଛନ୍ତି । କାରଣ ଏହି ବିଦେଶୀ ଲୋକ ଭାରତର ନାଗରିକତା ହାସଲ କଲେ ସେମାନଙ୍କ ଉପରେ ବୋଝ ହେବେ। ସେମାନଙ୍କ ଜଙ୍ଗଲ, ଜମି ଆଦି ଉପରେ ଅଧିକାର ସାବ୍ୟସ୍ତ କରିବେ ।
ବତ୍ତମାନ ଭାରତରେ ଜନ୍ମ ପ୍ରମାଣପତ୍ର, ବଂଶଗତ ପ୍ରମାଣପତ୍ର, ରେଜିଷ୍ଟ୍ରେସନ୍‌ ତଥ୍ୟ ଆଦିକୁ ନେଇ ନାଗରିକତା ପ୍ରଦାନ କରାଯାଉଛି । ସେହିଭଳି ଦେଶ ଛାଡ଼ିଲେ, ଅନ୍ୟ ଦେଶର ନାଗରିକ ହେଲେ ଏବଂ କୌଣସି କାରଣରୁ ସରକାର ଛଡ଼ାଇ ନେଲେ ଭାରତର ନାଗରିକତା ରଦ୍ଦ କରାଯାଉଛି ।

CAA-6

କଣ କହୁଛନ୍ତି ମୁସଲମାନ

ଏହି ବିଲ୍‌କୁ ନେଇ ମୁସଲମାନମାନେ କହିବା କଥା ଯଦି ବିଦେଶରୁ ଆସିଥିବା ଅନ୍ୟ ସମ୍ପ୍ରଦାୟର ଲୋକେ ଏଭଳି ଭାବେ ନାଗରିକତା ପାଇ ପାରିବେ ତେବେ ପାକିସ୍ତାନ ସହ ଅନ୍ୟ ରାଷ୍ଟ୍ରର ମୁସଲମାନଙ୍କୁ କାହିଁକି ଏହି ସୁବିଧା ଦିଆଯିବ ନାହିଁ ? ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଏହା ଆମର ସମ୍ବଧାନର ଧରା ୧୪, ୧୫ ଓ ୨୧କୁ ଉଲ୍ଲଂଘନ କରୁଛି ବୋଲି ମଧ୍ୟ ମୁସଲମାନ ନେତା ଅଭିଯୋଗ କରିଛନ୍ତି । କାରଣ ଅନ୍ୟ ସବୁ ସମ୍ପ୍ରଦାୟାର ରିଫ୍ୟୁଜିଙ୍କୁ ନାଗରିକତା ପ୍ରଦାନ କରାଯାଉଥିବା ବେଳେ ମୁସଲମାନ ରିଫ୍ୟୁଜିଙ୍କୁ କାହିଁକି ଏଥିରେ ସାମିଲ କରାଯାଇନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି ।

 

Leave A Reply

Your email address will not be published.