ରାସ୍ତା ମଝିରେ ଶାନ୍ତ ହୋଇ ବସିଗଲା ବାଘ, ଅଧାରେ ଅଟକିଗଲା ଲୋକଙ୍କ ପ୍ରାଣ: ଦେଖନ୍ତୁ ଫଟୋ

ଥରେ ଭାବନ୍ତୁ ତ ଆପଣ ରାସ୍ତାରେ ଚାଲି ଚାଲି ଯାଉଥିବେ , ହଠାତ୍ ଗୋଟିଏ ବାଘ ଆସି ଆପଣଙ୍କ ସାମନାରେ ଠିଆ ହୋଇଯିବ, ସେତେବେଳେ ଆପଣ କ’ଣ କରିବେ ମୁଣ୍ଡକୁ ବୁଦ୍ଧି ଜୁଟିବ ନାହିଁ। ଆପଣ ଭୟରେ କ’ଣ କରିବେ ତାହା ଜାଣିପାରବେ ନାହିଁ। ଏ କଥା ସତ ଯେ ସାମନାରେ ଏମିତି ଏକ ଭୟଙ୍କର ଜୀବକୁ ଦେଖି ଯେକେହି ବି ଭୟଭୀତ ହୋଇଯିବ । ତାଙ୍କର ହାତ ଗୋଡ଼ ଥରି ଉଠିବ ।

ସୋସିଆଲ ମିଡ଼ିଆରେ ଏବେ ଏମିତି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଡ଼ରି ଯାଇଛନ୍ତି । ଏହି ଫଟୋରେ ଆପଣ ଦେଖିବେ ଲୋକଙ୍କ ଭିଡ଼ ଥିବା ଏକ ରାସ୍ତାରେ ଗୋଟିଏ ବାଘ ରାସ୍ତା ମଝିକୁ ଆସି ଶାନ୍ତ ଭାବେ ବସି ଯାଇଛି । ଯେଉଁଥିରେ ଏକ ଭୟଙ୍କର ଦେଖା ଯାଉଥିବା ବାଘ ରାସ୍ତା ମଝିରେ ବସିଛି । ଫଟୋରେ ନଜର ଆସୁଛି ସେହି ରାସ୍ତାରେ ବାଘ ବସିଛି, ଆଉ ପଛରେ ଅନେକ ଲୋକ କାର୍ ବାଇକ୍ ନେଇ ଛିଡ଼ା ହୋଇଛନ୍ତି । ସେମାନେ ଅପେକ୍ଷା କରିଛନ୍ତି କେତେବେଳେ ବାଘଟି ରାସ୍ତାରୁ ହଟିବ । ଆଉ ସେମାନେ ଆଗକୁ ଯିବେ ।


ଆଇଏଫ୍ଏସ୍ ଅଫିସର ସୁଶାନ୍ତ ନନ୍ଦା ଏହି ଫଟୋକୁ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରି ଲେଖିଚନ୍ତି, ଭାରତରେ ଗୋଟିଏ ଦିନ ଯେବେ ରାଜା ଭାବିଲା ଏବେ ଲକ୍ ଡାଉନ୍ର ସମୟ ଆସିଗଲା। ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । ଆଉ ଫଟୋ ଭାଇରାଲ ହେଉଛି ।

Leave A Reply

Your email address will not be published.