ଦୁଷ୍କର୍ମ ପୀଡ଼ିତାଙ୍କ କ୍ଷତିପୂରଣ ପାଇଁ ସରକାରଙ୍କ ଆର୍ଥିକ ସହାୟତା କେତେ ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଦୁଷ୍କର୍ମ ପୀଡ଼ିତାଙ୍କୁ ଅତି କମରେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସବୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଏହି ନିର୍ଦ୍ଦେଶନାମା ଆସନ୍ତା ଅକଟୋବର ୨ ତାରିଖରୁ କାର୍ଯ୍ୟକାରୀ ହେବ । ଏନଏଏସ୍ଏଲ୍ ବା ଜାତୀୟ ଆଇନ ସେବା ପ୍ରାଧିକରଣର ପରାମର୍ଶରେ କେନ୍ଦ୍ର ସରକାର ଏହି ଯୋଜନା କରିଛନ୍ତି । ବର୍ତ୍ତମାନ ସମୟରେ ପୀଡ଼ିତାମାନଙ୍କୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରିମାଣର ଆର୍ଥିକ ସହାୟତା ଦିଆଯାଉଥିଲା । ସେଥିମଧ୍ୟରେ ଓଡ଼ିଶାରେ ସର୍ବନିମ୍ନ ୧୦ ହଜାର ଟଙ୍କା ଏବଂ ଗୋଆରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ଦିଆଯାଉଛି । ଏହି ନୂଆ ନିୟମ ଲାଗୁ ହେଲେ ଅଧିକ କ୍ଷତିପୂରଣ ମିଳିବ ।

ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହେଲେ ସର୍ବନିମ୍ନ ୫ରୁ ୧୦ ଲକ୍ଷ ଟଙ୍କା ତାଙ୍କ ପରିବାରବର୍ଗକୁ ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଦୁଷ୍କର୍ମ କିମ୍ବା ଅପ୍ରାକୃତିକ ଯୌନ ନିର୍ଯାତନା ପାଇଁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏସିଡ୍ ଆକ୍ରମଣ ଘଟଣାରେ ଶତପ୍ରତିଶତ ପୀଡ଼ିତାଙ୍କୁ ୭ ଲକ୍ଷ ଏବଂ ୫୦ ପ୍ରତିଶତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ଜୀବନ ହେଉଛି ଅମୂଲ୍ୟ ଏହାର କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି ।

 

Leave A Reply

Your email address will not be published.