ଏମିତି ନାଚ ନାଚିଲେ ବରଯାତ୍ରୀ ସିଧା ଯାଇ ପଡିଲେ ନାଳରେ , ଜାଣନ୍ତୁ ପ୍ରକୃତ ଘଟଣା କ’ଣ

ନୋଏଡା: ଏବେ ଚାଲିଛି ବିବାହ ଋତୁ । ପ୍ରତିଦିନ ଦେଖିବାକୁ ମିଳୁଛି ବାଜା ରୋଷଣୀ ସହିତ ବିଭିନ୍ନ ପ୍ରକାରର ଆତସବାଜୀ । ନାଜଗୀତରେ ମସଗୁଲ୍ ବରଯାତ୍ରୀ । ତେବେ ଏଠାରେ ଆମେ ଏମିତି ଏକ ବରଯାତ୍ରୀ ଦଳଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଭୋଗିବାକୁ ପଡିଛି ର୍ଦୁଦଶା । ଆଜ୍ଞା ହଁ ଏହି ଘଟଣା ଘଟିଛି ନଏଡାର ସେକ୍ଟର ୫୨ରେ ।

ବରଯାତ୍ରୀମାନେ ଏକ ପୋଲ ଉପର ଦେଇ ଯାଉଥିବାବେଳେ ହଠାତ୍ ଧସିପଡିଥିଲା ପୋଲ । ଯାହାଫଳରେ ବର ସମେତ ୧୫ଜଣ ବରଯାତ୍ରୀ ପୋଲ ତଳେ ଥିବା ସିଧା ନାଳରେ ଯାଇଁ ପଡ଼ିଥିଲେ। ଏହି ଦୁର୍ଘଟଣାରେ ୨ ଜଣ ଶିଶୁଙ୍କ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ତେବେ ଘଟଣାପରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇପାରିଥିବାରୁ କୌଣସି ମାମଲା ରୁଜୁ ହୋଇନାହିଁ। Wedding

ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ଏକ ଛୋଟ ପୋଲ ଉପର ଦେଇ ବରଯାତ୍ରୀ ଯାଉଥିଲା। ତେବେ ଉକ୍ତ ପୋଲ ଉପରେ ପ୍ରାୟ ୧୦ ମିନିଟ୍ ଯାଏ ନାଚିଥିଲେ ବରଯାତ୍ରୀମାନେ। ଏହି ପୋଲଟି ଅଲିଭ୍ ଗାର୍ଡେନ୍କୁ ଯାଇଥିବା ଏକ ଡ୍ରେନ୍ ଉପରେ ନିର୍ମିତ ହୋଇଥିଲା। ତେବେ ହଠାତ୍ କୌଣସି କାରଣରୁ ପୋଲଟି ଭାଙ୍ଗି ପଡିଥିଲା । କନ୍ୟାଙ୍କ ପରିବାର ଲୋକେ ପୋଲର ଆରପାଖରେ ବରଯାତ୍ରୀକୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ। ଅନ୍ୟପକ୍ଷରେ ବାହାଘର ହେଉଥିବା ଅଲିଭ୍ ଗାର୍ଡେନ୍ର ମାଲିକ କ୍ଷମା ମାଗିବା ସହିତ କନ୍ୟା ପକ୍ଷଠାରୁ ନେଇଥିବା ସମସ୍ତ ଅର୍ଥ ଫେରାଇଦେଇଥିବା ଜଣାପଡିଛି।

Leave A Reply

Your email address will not be published.