ସ୍ୱାଧୀନତା ସଂଗ୍ରାମର ରହିଛି ଅନେକ କଥା ଓ କାହାଣୀ

ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଭାରତବାସୀ ପାଳନ କରୁଛନ୍ତି ଅମୃତ ମହୋତ୍ସବ। ଏଥିପାଇଁ ସାରା ଦେଶ ସଜେଇ ହୋଇଛି । ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ସେଥିପାଇଁ ତ ଖୁସିରେ ପାଳନ କରାଯାଏ ଏହି ଦିନଟିକୁ। ଏହି ଦିନଟିକୁ ଆମେ ସିନା ଖୁସିରେ ପାଳନ କରୁ ହେଲେ ଆମ ଭିତରୁ ଅନେକ ଭୁଲି ଯାଉ କିଭଳି କଷ୍ଟ ଓ ଯନ୍ତ୍ରଣା ସହି ଆପର ପୂର୍ବଜମାନେ ଦେଶକୁ ସ୍ୱାଧୀନ କରାଛନ୍ତି । କେତେ ବଳିଦାନ ଦେଇଛନ୍ତି । ଏହି ସ୍ୱାଧୀନତା ପାଇବା କେତେଯେ ରକ୍ତ ବହିଥିଲା ତାର ହିସାବ ଇତିହାସ ପାଖରେ ନାହିଁ ।
ଆମେମାନେ ଭାରତୀୟ ଭାବରେ ଗର୍ବ କରୁଛୁ ହେଲେ ସେହି ବୀର ପୁରୁଷ ଓ ମହାନ୍ ନେତାମାନଙ୍କୁ ଉଚିତ ସମ୍ମାନ ଦେଉଛୁ ତ ? ଆମେ ଆମର ସେହି ସ୍ୱାଧୀନତା ସଂଗ୍ରାମକୁ ମନେ ପକାଉଛୁ ତ ? ଆମେ ଆମର ପର ପିଢ଼ିକୁ ଦେଶଭକ୍ତ କରି ପାରିଛୁ ତ ? ଏସବୁ ପ୍ରଶ୍ନ ଉଠୁଛି ବର୍ତ୍ତମାନ ସମୟରେ । ଏହିପରିପ୍ରେକ୍ଷୀରେ ଅତୀତରେ ଯେଉମାନେ ଆମ ଦେଶର ସ୍ୱାଧୀନତା ପାଇଁ ଇଂରେଜ ସହିତ ଲଢ଼ିଥିଲେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ, ସ୍ବାଧୀନତାର ସେହି ମହାନ୍ ଇତିହାସ ବିଷୟରେ।

lal kila
picture credit- Housing

ପ୍ରତି ବର୍ଷ ଅଗଷ୍ଟ ମାସ ୧୫ ତାରିଖରେ ଭାରତ ବର୍ଷ ନିଜ ସ୍ୱାଧୀନତା ଦିବସ ପାଳନ କରିଥାଏ । କାରଣ ଠିକ ୭୫ ବର୍ଷ ତଳେ ଆମେ ସ୍ବାଧୀନତା ହାସଲ କରିଥିଲୁ ଗୋରାଙ୍କ କବଳରୁ। ସେଥିଲାଗି ଅଗଷ୍ଟ ମାସ ୧୫ ତାରିଖକୁ ଆମେ ପାଳିଥାଉ ସ୍ୱାଧୀନତା ଦିବସ ଭାବରେ। ଏହି ଦିନ ନିଜ ପରିଚୟ ଓ ସ୍ଵାଧୀନତା ଫେରି ପାଇଥିଲା ଭାରତ। ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ପାଇଁ ଅଗଷ୍ଟ ପନ୍ଦରର ବିଶେଷତା ରହିଛି। ବ୍ରିଟିଶ ଶାସନ ବେଳେ ପରାଧୀନ ଭାରତରେ ସ୍ଵାଧୀନତା ପାଇବା ପାଇଁ ଅନେକ କଷ୍ଟ ସହିଛନ୍ତି ଭାରତୀୟମାନେ। ପ୍ରାୟ ୨୦୦ ବର୍ଷ ଧରି ଭାରତକୁ ଶାସନ କରିଥିଲେ ଇଂରେଜ ସରକାର। ଅନେକ ନିର୍ଯାତନା ପାଇଥିଲେ ଭାରତବାସୀ।

ତେବେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହର ଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ନେତାଜୀ ସୁଭାଷ ବୋଷଙ୍କ ଠାରୁ ଆରମ୍ଭ କରି ଝାନ୍ସିର ରାଣୀ ଲକ୍ଷ୍ମୀବାଇଙ୍କ ପର୍ଯ୍ୟନ୍ତ ଏହି ସ୍ଵାଧୀନତା ପାଇଁ ସଙ୍ଘର୍ଷ କରିଥିଲେ। ଦେଶର କୋଣ ଅନୁକୋଣ, ସବୁଠି ଜାଗି ଉଠିଥିଲା ସ୍ଵାଧୀନତା ହାସଲ କରିବାର ଅଦମ୍ୟ ସାହସ । ଅନେକ ଭାରତୀୟ ଯେମିତିକି ବାଜିରାଓଙ୍କ ଠାରୁ ଆରମ୍ଭ କରି ଭଗତ୍ ସିଂଙ୍କ ପର୍ଯ୍ୟନ୍ତ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଦେଲେ। ଅନେକ ସଂଘର୍ଷ ପରେ ଯାଇ ସ୍ଵାଧୀନତା ପାଇଥିଲା ଭାରତ। ତେବେ ଭାରତ ସ୍ୱାଧୀନତା ଲାଭ କରିବାର ମଧ୍ୟରାତ୍ରରେ ଜବାହର ଲାଲ ନେହେରୁ ଏକ ଐତିହାସିକ ଭାଷଣ ଦେଇଥିଲେ । ଯାହାକୁ “Tryst of Destiny” ନାଁରେ ଜଣାଯାଏ । ଏହାବାଦ ସ୍ୱାଧୀନ ଭାରତର ସଂସଦରେ ଦିଆଯାଇଥିବା ଏହା ହେଉଛି ପ୍ରଥମ ଭାଷଣ। ପ୍ରତି ବର୍ଷ ଏହି ଦିନରେ ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ନିଜ ଭାଷଣ ରଖିଥାନ୍ତି। କିନ୍ତୁ ଖୁବ କମ ଲୋକ ହୁଏତ ଜାଣିଥିବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଏମିତି କିଛି ହୋଇନଥିଲା । ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ଏକ ପତ୍ରରୁ ଜଣା ଯାଇଛିକି ନେହେରୁ ସେହି ବର୍ଷ ଅଗଷ୍ଟ ୧୬ ତାରିଖରେ ହିଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଭାରତ ଓ ପାକିସ୍ତାନ ମଧ୍ୟର ସୀମା ନିର୍ଦ୍ଧାରଣ ବି ଅଗଷ୍ଟ ୧୫ ନୁହେଁ ବରଂ ୧୭ ତାରିଖରେ ହୋଇଥିଲା। ଆଉ ଦୁଇ ଦେଶ ଭିତରେ ସୀମା ନିର୍ଦ୍ଧାରଣ ହୋଇ ଥିଲା। ବ୍ରିଟିଶ ହାଉସ ଅଫ କମନ୍ସରେ “ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ” ବିଲ ୧୯୪୭ ମସିହା ଜୁଲାଇ ୪ ତାରିଖରେ ପାରିତ ହୋଇଥିଲା । ଯେଉଁଥିରେ ଅଖଣ୍ଡ ଭାରତର ବିଭାଜନ ଓ ନୂତନ ପାକିସ୍ତାନ ଗଠନ ନେଇ ପ୍ରସ୍ତାବ ରଖା ଯାଇଥିଲା । ଏହି ବିଲ ସେହି ମାସ ୧୮ ତାରିଖରେ ସ୍ୱୀକୃତି ଲାଭ କରିଥିବା ବେଳେ ୧୪-୧୫ ମଧ୍ୟରାତ୍ରରେ ଭାରତ ସ୍ୱାଧୀନତା ହାସଲ କରିଥିଲା । ବର୍ଷ ବର୍ଷ ଧରି ଚାତକ ପରି ଅପେକ୍ଷା କରିଥିବା ଏହି ଶୁଭ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ ସାମିଲ ହୋଇ ପାରିନଥିଲେ। କାରଣ ସେହି ସମୟରେ ବାପୁଜୀ ପଶ୍ଚିମବଙ୍ଗର ନୋଆଖାଲି ଠାରେ ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ଉପୁଜିଥିବା ସାମ୍ପ୍ରଦାୟିକ ହିଂସାକୁ ଥମାଇବା ଉଦ୍ଦେଶ୍ୟରେ ଅନଶନ ଜାରି ରଖିଥିଲେ। କିନ୍ତୁ କଣ ଆପଣ ଜାଣନ୍ତିକି, ଦେଶ ସ୍ୱାଧୀନତା ଲାଭ କରିବା ପାଇଁ ଅଗଷ୍ଟ ୧୫ ତାରିଖକୁ ହିଁ କାହିଁକି ବଛା ଯାଇଥିଲା ?

ଏନେଇ ଅବଶ୍ୟ ଐତିହାସିକମାନେ ଭିନ୍ନ ଭିନ୍ନ ମତ ରଖନ୍ତି। କେତେକଙ୍କ ଅନୁଯାୟୀ ସି. ରାଜ ଗୋପାଳଚାରୀଙ୍କ ପରାମର୍ଶରେ ହିଁ ଲର୍ଡ଼ ମାଉନ୍ଟବ୍ୟଟେନ ଅଗଷ୍ଟ ୧୫ ତାରିଖକୁ ସ୍ୱତନ୍ତ୍ରତା ପାଇଁ ବାଛିଥିଲେ। ଆଉ କେତେ ଜଣଙ୍କ ଅନୁଯାୟୀ ଲର୍ଡ ମାଉନ୍ଟବ୍ୟାଟେନ ଅଗଷ୍ଟ ୧୫କୁ ଖୁବ ଶୁଭ ମାନୁଥିଲେ। ସେହି ସମୟରେ ହିଁ ମାଉନ୍ଟ ବ୍ୟାଟେନ ଅଲ୍ଲିଡ଼ ଫୋରସେଜର କମାଣ୍ଡର ଦାୟିତ୍ୱରେ ଥିଲେ  ତେବେ ଏହା ପଛରେ ଯେକୌଣସି କାରଣ ଥାଉ କି ନଥାଉ ଶେଷରେ ଇଂରେଜ ଶାସନ ହାତରୁ ଆମେ ମୁକ୍ତ ହୋଇଥିଲେ। ସ୍ୱାଧୀନ ହୋଇଥିଲା ଆମ ଦେଶ ଭାରତ। ଫେରି ପାଇଥିଲା ନିଜ ପରିଚୟ। ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଗଷ୍ଟ ୧୫ ତାରିଖ।

Leave A Reply

Your email address will not be published.