ଲକ୍‍ଡାଉନ-୨ ପାଇଁ ସରକାର ଜାରି କଲେ ନୂଆ ଗାଇଡଲାଇନ, ଜାଣନ୍ତୁ କ’ଣ ଆଉ କେଉଁ କ୍ଷେତ୍ରରେ ହେଲା ନିୟମ କୋହଳ

ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକଡାନର ସମୟ ସୀମାକୁ ବଢାଇ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୁଧବାରଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ-୨ (୧୫ ଏପ୍ରିଲରୁ ମେ ୩) ପର୍ଯ୍ୟନ୍ତ ନୂଆ ଗାଇଡ ଲାଇନ ଜାରି କରାଯାଇଛି । କିନ୍ତୁ ୨୦ ଏପ୍ରିଲ ପରେ କିଛି ସେବାକୁ କୋହଳ କରାଯିବ । ଏହି ସେବା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ରହିବ । ତେବେ ଜାଣିନିଅନ୍ତ୍ରୁ କେଉଁ ସେବା ବନ୍ଦ ରହିବ ଏବଂ କେଉଁ ସେବାକୁ କୋହଳ କରାଯିବ ।

ଏହିସବୁ ସେବା କୋହଳ ହେବ :

ବ୍ୟାଙ୍କ ଶାଖା, ଏଟିଏମ୍‍, ବ୍ୟାଙ୍କ ସମ୍ବନ୍ଧୀୟ ପ୍ରତ୍ୟେକ କାର୍ଯ୍ୟ, ମେଡିକାଲ ସମ୍ବନ୍ଧୀୟ ସମସ୍ତ ସେବା, ପୋଷ୍ଟ ଅଫିସ, ଏଲପିଜି ଏବଂ ପେଟ୍ରୋଲ ଡିଜେଲ ସପ୍ଲାଇ, ମେଡିକାଲ ଇମରଜେନ୍ସୀ ଯୋଗୁଁ ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା, କୃଷି ସହିତ ଜଡିତ ସମସ୍ତ ଗତିବିଧି, କୃଷି ଉପକରଣ ଏବଂ ମରାମତି କୋଦା, ଅତି ଜରୁରୀ କାମରେ ଯାଉଥିବା ଚାରିଚକିଆ ଏବଂ ଦୁଇଚକିଆ ଯାନ, ସମସ୍ତ ଆଇଟି ସେବା, କରୋନା ସହିତ ଜଡିତ ରିସର୍ଚ୍ଚ ସଂସ୍ଥା, ସମସ୍ତ ହୋଟେଲ ଏବଂ ଗେଷ୍ଟହାଉସ ଯେଉଁଠି ଲକଡାଉନ ଯୋଗୁଁ ଲୋକ ଫସି ରହିଛନ୍ତି ଇତ୍ୟାଦିରେ ନିୟମ କୋହଳ କରାଯିବ । କିନ୍ତୁ୨୦ ଏପ୍ରିଲ ପରେ କେରିଅର ସେବା, ଇ-କମସ; ସେବା ଆଦିକୁ କୋହଳ କରାଯିବ ।

lock

ବନ୍ଦ ରହିବ ଏହି ସେବା :

ସେହିପରି ନୂଆ ଗାଇଡ ଲାଇନ ଅନୁସାରେ ମେ ୩ ପର୍ଯ୍ୟନ୍ତ ଟ୍ରେନ, ମେଟ୍ରୋ, ବସ, ବିମାନ ସେବା, ଅଟୋ, କ୍ୟାବ ସେବା ଇତ୍ୟାଦି ବନ୍ଦ ରହିବ । ସେହିପରି ସିନେମା ହଲ, ମଲ, ଜିମ, ବାର, ସ୍କୁଲ, କଲେଜ, ଧାମିକ ସ୍ଥଳ ଏବଂ ସଭା ମଧ୍ୟ ବନ୍ଦ ରହିବ ।

ଏହାସହ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହୋଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଏବଂ ତମାଖୁ ଖାଇବା ଦ୍ୱାରା ମଧ୍ୟ ଜୋରିମାନା ଲାଗିବ ।

Leave A Reply

Your email address will not be published.