ସାରା ଫ୍ରାନ୍ସରେ ଚହଳ ସୃଷ୍ଟି କରିଥିଲା କୁକୁଡା କେସ୍‌, ମିଳିଲା ବୋବାଇବାର ଅଧିକାର

ଆଗକାଳରେ କୁକୁଡାର ରାବ ଶୁଣି ଲୋକେ ସକାଳ ହେବା କଥା ଜାଣୁଥିଲେ। ସକାଳୁ କୁକୁଡା ବୋବାଇବା ସ୍ୱାଭାବିକ କିନ୍ତୁ କ’ଣ ଆପଣ ଭାବିଛନ୍ତି କି, ଯଦି କୌଣସି କୁକୁଡାକୁ ଏହି ବୋବାଇବା ପାଇଁ କେସ୍‌ ଲଢିବାକୁ ପଡିଛି । କିନ୍ତୁ ଏପରି ଏକ ଘଟଣା ଫ୍ରାନ୍ସର ଅଦାଲତରେ ଦେଖିବାକୁ ମିଳିଛି। ଯେଉଁଠି ଏକ କୁକୁଡାକୁ ବୋବାଇବା ପାଇଁ ଅଧିକାର ମିଳିଛି।

ଫ୍ରାନ୍ସର ସହର ଏବଂ ଗ୍ରାମୀଣ ଅଞ୍ଚଳରେ ସ୍ଥାନୀୟ ସମୁଦାୟ ପାଇଁ କୁକୁଡାର ବୋବାଇବା ଚିନ୍ତାର କାରଣ ହୋଇଛି। ଉକ୍ତ କୁକୁଡାର ନାମ ମୋରିସ ରହିଛି। ମୋରିସ ପ୍ରତିଦିନ ସକାଳେ ବୋବାଇବାକୁ ନେଇ ପଡୋଶୀ ଏବଂ ମାଲିକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମୋରିସର ରାବିବାକୁ ନେଇ ମାଲିକ ଜ୍ୟାକି ଏବଂ ତାଙ୍କ ପତ୍ନୀ କୋହିନାଙ୍କୁ ପଡୋଶୀ ଜ୍ୟା ଲୁଇ ବିହୋନ ଅଭିଯୋଗ କରିଥିଲେ।

ଗତ ୨୦୧୭ ମସିହାରେ ଲୁଇ ନିଜର ପଡୋଶୀକୁ ଚିଠି ଲେଖି ଜଣାଇଥିଲେ କି, ମୋରିସ ସକାଳ ଚାରିଟାରୁ ରାବିବା ଆରମ୍ଭ କରିଥାଏ ଏବଂ ଦିନ ଯାକ ବେବୋଇଥାଏ, ତେଣୁକରି କୁକଡାର ବୋବାଇବା ବନ୍ଦ କରିବା ପାଇଁ ମାଲିକକୁ କହିଥିଲେ। କିନ୍ତୁ ମାଲିକ ଏହାର କୌଣସି ସମାଧାନ କରିନଥିଲେ । ଏଥିରେ ବିରକ୍ତି ହୋଇ ମୋରିସ ମାଲିକକୁ ଜଣାଇବା ପରେ ମଧ୍ୟ କିଛି ପଦକ୍ଷେପ ନ ନେବାରୁ ଲୁଇ କୋର୍ଟରେ କେସ କରିଥିଲେ। ଲୁଇଙ୍କର ଏହି କେସ୍‌ ଫ୍ରାନ୍ସର ରାଷ୍ଟ୍ରୀୟ ବିଷୟ ହୋଇଯାଇଥିଲା।

22

ଫ୍ରାନ୍ସରେ ଲୋକମାନେ ମୋରିସର ବୋବାଇବାର ଅଧିକାର ନେଇ ସହାନୁଭୂତି ମିଳିବା ପାଇଁ ଅନଲାଇନ ଯାଚିକା ଦାଏର କରିଥିଲେ। ଏଥିପାଇଁ ମୋସର ସମର୍ଥନରେ ଏକ ଲକ୍ଷ ୪୦ ହଜାର ହସ୍ତାକ୍ଷର ମଧ୍ୟ ଯୋଗାଡ କରାଯାଇଥିଲା। ଏଥିପାଇଁ ଲୋକ ମୋରିସ ଅର୍ଥାତ୍‌ କୁକୁଡା ଚିହ୍ନ ଥିବା ଟିସାର୍ଟ ମଧ୍ୟ ପିନ୍ଧିବାକୁ ଲାଗିଲେ।

ଲୁଇଙ୍କ ଓକିଲ ଚାହୁଁଥିଲେ ଶାନ୍ତି ଭଙ୍ଗ କରିବା ଆରୋପରେ ମୋରିସର ମାଲିକ ଜରିମାନା ଦିଅନ୍ତୁ। କିନ୍ତୁ ଅଦାଲତରେ ମୋରିସ ପକ୍ଷରେ ଫଇସଲା ଶୁଣାଇଥିଲେ। କେବଳ ଏତିକି ନୁହେଁ, ଅଦାଲତ ଲୁଇଙ୍କୁ ମୋରିସ ମାଲିକଙ୍କୁ ହଇରାଇ କରିବା ପାଇଁ ୧,୧୦୦ ଡଲାର ଜୋରିମାନା ପ୍ରଦାନ କରିଥିଲେ। ଅଦାଲତଙ୍କ ଏହି ଫଇସଲାରେ ମୋରିସଙ୍କ ମାଲିକ ବହୁତ ଖୁସି ହୋଇଥିଲେ। ମୋରିସକୁ ବୋବାଇବାର ଅଧିକାର ମିଳିବା ଯୋଗୁଁ ସମଗ୍ର ଫ୍ୟାନ୍ସରେ ଉଦାହରଣ ପାଲଟିଗଲା।

Leave A Reply

Your email address will not be published.