ଆଜିବି ଚଳନ୍ତା ପାଣିରୁ ସୁନା ବାହାର କରିବାର କୌଶଳ ବଞ୍ଚିରହିଛି ବାଂଶପାଳର ଝରା ପରିବାରଙ୍କ ନିକଟରେ, ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା

ବାଂଶପାଳ : ଚଳନ୍ତା ପାଣିରୁ ସୁନା ବାହାର କରିବା ଝରା ପରିବାରର ଏକ କୋୖଳିକ ବୃତି । ପିଢ଼ି ପରେ ପଢି ହାତରେ ଫଳା କାହୁଡ଼ି ଓ ରୁଛୁଣି ଧରି ଏହି କାମ କରିଥାନ୍ତି । ବାଂଶପାଳ ବ୍ଲକର ସିଂପୁର ତରମାକାନ୍ତ ନୟା କୋଟ ଅଞ୍ଚଳରେ ଦେଖିବାକୁ ମିଳେ ଦ୍ରୁଶ୍ଯ । ଏଠାରେ ଥିବା ବଇଙ୍ଗା, ରାଣୀମା ଓ ମଲଦା ନାଳ କୂଳରୁ ଦିନ ସାରା ବାଲି କାଦୁଅରୁ ସୁନା ଛାଣନ୍ତି ଏଠାରେ ଥିବା ଝରା ପରିବାରର ଲୋକେ । ସୁନା କଣିକା ଗୁଡିକ ଦିନ ଦିନ ଧରି ସଂଗୃହିତ କରି ନିଆଁ ରେ ଆଉଟି ରଖିବା ପରେ ବଣିଆକୁ ବିକି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର ଚଳେ। ହେଲେ ବଜାରକୁ ହଲମାର୍କ ସୁନା ଆସିବା ପରେ ଲୋକଙ୍କ ଭରଷା ଠାରୁ ଦୁରେଇ ଯାଇଛି ଏହି ଝରା ସୁନା ।

goldତଥାପି ଆଜି ମଧ୍ଯ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଏହି ମଲଦାନାଳ କୂଳରେ ବସବାସ କରୁଥିବା ଝରା ପରିବାର ମାନଙ୍କ ନିକଟରେ ଦେଖିବାକୁ ମିଳେ ସୁନା ଝାରିବାର କୌଶଳ। ବଣିଆକୁ ବିକ୍ରି କରୁନଥିଲେ ମଧ୍ୟ ଘରର ଝିଅ ଭୁଆଶୁଣିଙ୍କ ଅଳଙ୍କାର ଗଢିବା ପାଇଁ ନାଳରୁ ଝରା ସୁନା ସାଇତି ରଖୁଛନ୍ତି ଝରା ମାନେ। ପୁରୁଷ ପରେ ପୁରୁଷ ଝରା ମାନେ ବାଂଶପାଳ ବ୍ଲକ ପାହାଡ଼ି ଅଞ୍ଚଳରେ ଥିବା ନାଳ କୂଳ ଗୁଡିକରେ ସୁନା ଝାରି ପରିବାର ପ୍ରତିପୋଷଣ କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ଝରା ସୁନାର ଚାହିଦା କମ ରହିଥିବାରୁ ଅନେକ ବେଉଷା ଛାଡି ସାରିଛନ୍ତି । ପ୍ରଥମ ତ ସୁନା ଝାରିବା ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମ ବହୁତ କମ ଲୋକଙ୍କ ପାଖରେ ରହିଛି। ଦ୍ୱିତୀୟ ରେ ହଲମାର୍କ ସୁନା ଆସିବା ପରେ ଝରା ସୁନା ର ଚାହିଦା ବଜାରରେ ନଥିବାରୁ ଏଥିରୁ ମୁହଁ ଫେରେଉଛନ୍ତି ଅନେକ ।

goldତଥାପି ବାଂଶପାଳ ବ୍ଲକ ରେ ବସବାସ କରୁଥିବା ଝରା ସମ୍ପ୍ରଦାୟର ଲୋକ ମାନେ କୋୖଳିକ ବୃତି ବଞ୍ଚାଇ ରଖିଛନ୍ତି । ତାଙ୍କ କହିବା କଥା ଅନୁଯାଇ ପାଣିରୁ ସୁନା ଝାରିବା ପାଇଁ ଫଳା କାହୁଡ଼ି ରୁଞ୍ଚୁଣି ଆଦି ସରଞ୍ଜାମ ବ୍ୟବହାର କରାଯାଏ । ଫଳା ଏବଂ କାହୁଡ଼ି ଗୁଡିକ ଗମ୍ଭାରୀ କାଠରୁ ତିଆରି । ଗୋଟିଏ ଫଳାର ଲମ୍ବ ଦୁଇ ରୁ ଅଢେଇ ଫୁଟ ହୋଇଥିବା ବେଳେ, ଓସାର ଏକ ଫୁଟ ରୁ ଦେଢ଼ ଫୁଟ ହୋଇଥାଏ । ସେହିଭଳି କାହୁଡ଼ି ଗୁଡିକ ୧ ଫୁଟ ଲମ୍ବ ଏବଂ ୮/୧୦ ଇଞ୍ଚ ଓସାର ବିଶିଷ୍ଟ ହୋଇଥାଏ ।

ପ୍ରଥମେ ରୁଞ୍ଚୁଣି ସାହାଯ୍ୟ ରେ ନାଳ କୂଳର ବାଲି କାଦୁଅ ଏକତ୍ର କରି ଫଳାରେ ରଖି ଦିଆଯାଏ । ଏହାପରେ ପାଣି ଭିତର ଠିଆ ହୋଇ ଅଳ୍ପ ପାଣିରେ ଫଳା ରେ ରଖା ଯାଇଥିବା ବାଲି କାଦୁଅକୁ ବୁଡାଇ ବାଲି କାଦୁଅ ଅଲଗା କରାଯାଏ । ଯଦି ସୁନା କଣିକା ଥାଏ ତେବେ ଫଳାରେ ଦେଖାଯାଏ । ସୁନା କଣିକା ଗୁଡିକୁ କାହୁଡ଼ି ରେ ଏକତ୍ରିତ କରି ଘରକୁ ନିଅନ୍ତି । ପରେ ଘରେ ଅଳ୍ପ ନିଆଁ ଅଙ୍ଗାରରେ ରଖି ଫୁଙ୍କି ଫୁଙ୍କି ଆଉଟି ସୁନା କଣିକାର ମଇଳା ଅଂଶ ପୋଡି ସୁଧ କରନ୍ତି । ଦିନ ତମାମ ସୁନା ଝାରିବା ପରେ ୧ ରୁ ଦୁଇ ରାତି ସୁନା ସଂଗ୍ରହ କରିଥାନ୍ତି । ଏହି ପରି ମାସ ମାସ ଧରି ସୁନା ଝାରିବା ପରେ ବଣିଆକୁ ବିକ୍ରି କରନ୍ତି ।

ବାଂଶପାଳରୁ ଦୀପକ ବେହେରାଙ୍କ ରିପୋର୍ଟ, କେନ୍ଯୁଜ୍

Leave A Reply

Your email address will not be published.