‘ୟେ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗ’, କୁକୁରକୁ ଖୁଆଇବା ପାଇଁ ପିଠିରେ ଚଢାଇଲା କୁକୁଡ଼ା, ଦେଖନ୍ତୁ ଭିଡିଓ

ଜୀବଜନ୍ତୁ ସମସ୍ତଙ୍କୁ ପସନ୍ଦ। ସେଥିପାଇଁ ତ ଘରେ କୁକୁର, ବିଲେଇ, କୁକୁଡା ଇତ୍ଯାଦି ଜନ୍ତୁକୁ ପାଳନ୍ତି। ମଣିଷ ଯେତେ ବି ନିଜ ପାଳିତ ଜୀବକୁ ସ୍ନେହ କରୁ କିନ୍ତୁ ସେମାନଙ୍କର ମଣିଷ ପ୍ରତି ଅଧିକ ସ୍ନେହ ଆଉ ବିଶ୍ବାସ ରହିଥାଏ। କୁକୁର ମଣିଷର ବିଶ୍ବସ୍ତ ପ୍ରାଣୀ। ଆଉ କିଛି ଜୀବଜନ୍ତୁ ନିଜ ନିଜ ଭିତରେ ଏମିତି ଭଲପାଇବା ରଖିଥାନ୍ତି, ଯାହାର ଭିଡିଓ ଦେଖିଲେ ଆପଣ ନିଶ୍ଚିତ ଜାଣିପାରିବେ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ କୁକୁରକୁ ଖୁଆଇବା ପାଇଁ କୁକୁଡା ପିଠିରେ ଚଢାଇଛି।

ଏହି ଭିଡିଓରେ ଗୋଟେ କୁକୁଡା ଏବଂ ତିନିଟି କୁକୁର ନଜର ଆସିଛନ୍ତି। କୁକୁର ୩ଟି ଚାହିଁଥିଲେ ଏହି କୁକୁଡାକୁ ମାରି ଖାଇପାରିଥାନ୍ତି। କିନ୍ତୁ ସେମାନେ ଏପରି କିଛି ବି କରିନାହାନ୍ତି। ଭିଡିଓରେ ଏକ ଟେବୁଲ ଉପରେ ଖାଇବା ରହିଛି। ଯାହାକୁ ଖାଇବା ପାଇଁ କୁକୁର ଚେଷ୍ଟା କରୁଛି କିନ୍ତୁ ସେ ଛୋଟ ହୋଇଥିବାରୁ ଖାଇବା ସମ୍ଭବ ହୋଇପାରୁନାହିଁ। ଏଥିପାଇଁ କୁକୁଡା ନିଜର ପିଠିରେ କୁକୁରକୁ ଛଢାଇ ତାକୁ ଖାଇବାରେ ସାହାଯ୍ଯ କରୁଛି। ଏପରି ବନ୍ଧୁତା ହୁଏତ ଆପଣ ପୂର୍ବରୁ କେବେ ବି ଦେଖିନଥିବେ।

ଏହି ଭିଡିଓକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଟ୍ବିଟରରେ ସେୟାର କରିଛନ୍ତି। ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ସମସ୍ଯା ପରସ୍ପର ଉପରେ ନ ଲଦି, ଏହି ସମସ୍ଯାର ସମାଧାନ ପାଇଁ ବାଟ ଖୋଜନ୍ତୁ। ଏହି ଭିଡିଓକୁ ଏପର୍ଯ୍ଯନ୍ତ ୧୦ ହଜାରରୁ ଉର୍ଦ୍ଧ ଭ୍ଯୁ ମିଳିସାରିଲାଣି। ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ ମଧ୍ୟ କରିସାରିଲେଣି।

Leave A Reply

Your email address will not be published.