ଜାଣନ୍ତୁ କାହିଁକି ଶୁଭ ହୋଇଥାଏ ସଂଖ୍ୟା ୫

ଆପଣମାନେ ଅନେକ ସମୟରେ ସଂଖ୍ୟାର ବିଭିନ୍ନ ଅଙ୍କ କହିଥାନ୍ତି କିମ୍ବା ଯଦି କିଏ ୧ ରୁ ୧୦ ଭିତରେ କୌଣସି ଏକ ସଂଖ୍ୟା କହିବାକୁ କହିଥାନ୍ତି ତେବେ ଆପଣମାନେ କୌଣସି ଏକ ଅଙ୍କ ମଧ୍ୟ କହିଥାନ୍ତି। କିନ୍ତୁ ଆପଣ କେବେ ନଜର ରଖିଛନ୍ତି କି ଅନେକଙ୍କ ମୁଖରୁ ପ୍ରାୟତଃ ସଂଖ୍ୟା ୫ ବାହାରିଥାଏ। ଏବେ ଏନେଇ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ସୃଷ୍ଟି ହେଉଥିବ କାହିଁକି ଅଧିକାଂଶ ଲୋକଙ୍କ ମୁହଁରୁ ୫ ଅଙ୍କ ବାହାରିଥାଏ। ତେବେ ଆସନ୍ତୁ କଣ ରହିଛି ଏହି ସଂଖ୍ୟା ପଛର ରହସ୍ୟ।

5

ପଞ୍ଚଦେବ : ସୂର୍ଯ୍ୟ, ଗଣେଶ, ଶିବ, ଶକ୍ତି ଏବଂ ଭଗବାନ ବିଷ୍ଣୁଙ୍କୁ ପଞ୍ଚଦେବ କୁହାଯାଇଥାଏ। ସୂର୍ଯ୍ୟଙ୍କର ୨ଥର ପରିକ୍ରମା, ଗଣେଶଙ୍କର ଥରେ ପରିକ୍ରମା, ଶକ୍ତିଙ୍କର ୩ ଥର, ବିଷ୍ଣୁଙ୍କର ୪ ଥର ତଥା ଶିବଙ୍କର ଅଧା ପରିକ୍ରମା କରାଯାଇଥାଏ।

ପାଞ୍ଚ ଉପଚାର ପୂଜା : ଗନ୍ଧ, ପୁଷ୍ପ, ଧୂପ, ଦୀପ ଏବଂ ନୈବେଦ୍ୟ ଅର୍ପଣ କରିବା ମଧ୍ୟ ପଞ୍ଚ ଉପଚାର ପୂଜା କୁହାଯାଇଥାଏ।

ପଞ୍ଚ ପଲ୍ଲବ : ପିପଲ, ଗୁଲର, ଅଶୋକ, ଆମ୍ବ ଏବଂ ବଟ ବୃକ୍ଷର ପତ୍ର ସାମୁହିକ ରୂପେ ପଞ୍ଚ ପଲ୍ଲବ ନାମରେ ଜଣାଯାଇଥାଏ।

pacnhamruta

ପଞ୍ଚ ଗବ୍ୟ : ଗୋ-ମୂତ୍ର, ନାଲି ଗାଈ ଗୋବର, ଧଳା ଗାଈ କ୍ଷୀର, କଲା ଗାଈର ଦହି, ନୀଳ ଗାଈର ଘିଅ। ଏସବୁର ମିଶ୍ରଣକୁ ମଧ୍ୟ ପଞ୍ଚଗବ୍ୟ କୁହାଯାଇଥାଏ।

ପଞ୍ଚାମୃତ : କ୍ଷୀର, ଦହି, ଘିଅ, ଚିନି (ଶାକର), ମହୁର ମିଶ୍ରଣରେ ପଞ୍ଚାମୃତ ପ୍ରସ୍ତୁତ ହୋଇଥାଏ।

ପଂଚାଗ : ଯେଉଁ ପୁସ୍ତକ ବା ତାଲିକାରେ ତିଥି, ବାର, ନକ୍ଷତ୍ର, କରଣ ଏବଂ ଯୋଗକୁ ସମ୍ମିଳିତ ରୂପେ ଦର୍ଶାଯାଇଥାଏ, ତାହାକୁ ପଂଚାଗ କୁହାଯାଏ। ଏହିସବୁ କାରଣରୁ ୫ ଅଙ୍କ ଶୁଭ ବୋଲି କୁହାଯାଇଥାଏ।

 

Leave A Reply

Your email address will not be published.