ମେଲବର୍ଣ୍ଣରେ ରାହାଣେଙ୍କ ଦମଦାର ଶତକ, ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୨ ରନରେ ଭାରତ ଆଗୁଆ

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଜାରି ରହିଛି ବକ୍ସିଂ ଡେ ଟେଷ୍ଟ। ଆଜି ଦ୍ବିତୀୟ ଦିନରେ ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୧୦୦ ରନ୍ ଓ ରବିନ୍ଦ୍ର ଜାଡେଜା ୩୬ ରନ୍ କରିଛନ୍ତି। ଭାରତ ଦ୍ବିତୀୟ ଦିନ ଖେଲ ଶେଷ ସୁଦ୍ଧା ୫ ୱିକେଟ ହରାଇ ୨୭୭ ରନ୍ କରିଛି। ଏହା ସହିତ ୮୨ ରନରେ ଆଗୁଆ ରହିଛି। ରାହାଣେ ନିଜର ଦ୍ବାଦଶ ଟେଷ୍ଟ ଶତକ ପୂରଣ କରିଛନ୍ତି। କ୍ୟାପଟେନ୍ ଭାବରେ ରାହାଣେଙ୍କ ଏହା ହେଉଛି ପ୍ରଥମ ଶତକ। ୧୯୬ଟି ବଲରେ ୧୧ଟି ଚୌକା ଦ୍ବାରା ସେ ଶତକ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ରାହାଣେଙ୍କ ଦ୍ବିତୀୟ ଟେଷ୍ଟ ମ୍ୟାଚ୍। ରାହାଣେଙ୍କ ସହିତ ଜାଡେଜା ମଧ୍ୟ ୪୪ ରନ୍ କରିଛନ୍ତି।

ବିରାଟ କୋହଲି ଭାରତକୁ ଫେରିବା ପରେ ରାହାଣେଙ୍କୁ ଅଷ୍ଟ୍ରେଲିଆ ଗସ୍ତର ଅବଶିଷ୍ଟ ତିନିଟି ମ୍ୟାଚ ପାଇଁ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ରାହାଣେ ପ୍ରଥମେ ହନୁମା ବିହାରୀଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୫୨ ରନ୍ ଯୋଡିଥିଲେ ଏବଂ ପରେ ପଞ୍ଚମ ୱିକେଟ୍ ପାଇଁ ରିଷଭ ପନ୍ତଙ୍କ ସହ ୫୭ ରନର ପାର୍ଟନରସିପ୍ କରିଥିଲେ। ଉଲ୍ଲେଖନୀୟ ଯେ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଇନିଂସରେ ୧୯୫ ରନରେ ଅଲ୍ ଆଉଟ୍ ହେବାପରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା।

Leave A Reply

Your email address will not be published.