ଲର୍ଡ୍ସ ଟେଷ୍ଟ ଦ୍ବିତୀୟ ଦିନର ଖେଳ ସମାପ୍ତ: ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ, ଇଂଲଣ୍ଡ ୧୧୯/୩

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ସମାପ୍ତ ହୋଇସାରିଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୩ ଓ୍ଵିକେଟ୍ ବିନିମୟରେ ୧୧୯ ରନ କରିଛି। ଅଧିନାୟକ ଜୋ ରୁଟ୍(୪୮) ଓ ଜୋନି ବେୟାରଷ୍ଟା(୬) ଅପରାଜିତ ଅଛନ୍ତି। ଘରୋଇ ଦଳ ଏବେ ସୁଦ୍ଧା ୨୪୫ ରନ ପଛରେ ରହିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ୨ଟି ଏବଂ ମହମ୍ମଦ ଶାମି ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ରରି ବର୍ଣ୍ନ୍ସ ୪୯ ରନ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ।

ଦ୍ଵିତୀୟ ଦିନରେ କମାଲ କରିଛନ୍ତି ଜେମ୍ସ ଆଣ୍ଡରସନ। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୬୪ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୧୨୯ ରନ କରିଥିଲେ। ରୋହିତ ଶର୍ମା ୮୩, ବିରାଟ କୋହଲି ୪୨ ଓ ଋଷଭ ପନ୍ତ ୩୭ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ପୁଣି ଥରେ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ ୫ ଓ୍ଵିକେଟ୍ ନେଇ ଭାରତକୁ ୪୦୦ ରନ କରିବାକୁ ଦେଇ ନାହାନ୍ତି।

ଇଂଲଣ୍ଡ ପକ୍ଷରୁ ଜେମ୍‌ସ ଆଣ୍ଡରସନ ୬୨ ରନ ଦେଇ ସର୍ବାଧିକ ୫ ଓ୍ବିକେଟ ନେଇଛନ୍ତି । ସେହିଭଳି ହଲି ରବିନସନ୍‌ ୭୩ ରନ ଦେଇ ୨ଟି, ମାର୍କ ଉଡ୍‌ ୯୧ ରନ ଦେଇ ୨ଟି, କୋଇନ୍ ଅଲ୍ଲୀ ୫୩ ରନ ଦେଇ ଗୋଟିଏ ଓ୍ବିକେଟ ହାସଲ କରିଛନ୍ତି । ସାମ୍‌ କରନ ୭୨ ରନ ବ୍ୟୟ କରିଛନ୍ତି ।

Leave A Reply

Your email address will not be published.