ବିବାଦରେ ଏହି ପାକିସ୍ତାନୀ କ୍ରିକେଟର, ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କର ଚାଟ୍ ଭାଇରାଲ୍

ବିବାଦରେ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇମାମ–ଉଲ୍–ହକ୍ । ଅନେକ ମହିଳାଙ୍କୁ ଧୋକା ଦେଇଛନ୍ତି ଇମାମ୍ । ଏପରିକି ଅନେକ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ଯାହାର କିଛି ସ୍କ୍ରିନ୍ ସଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଜଣେ ଟୁଇଟର୍ ଇମାମଙ୍କ ମେସେଜର ସ୍କ୍ରିନ ସଟ୍ ସେୟାର୍ କରି ଲେଖିଛନ୍ତି, ମିଷ୍ଟର୍ ଇମାମ–ଉଲ୍–ହକଙ୍କର ପ୍ରାୟ ୭-୮ ଜଣ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରହିଛି । ସମସ୍ତଙ୍କୁ ମିଛ କହି ବ୍ୟବହାର କରୁଛନ୍ତି ଇମାମ୍ । ଏହା ସହ ସମସ୍ତଙ୍କୁ ସିଙ୍ଗଲ ଥିବା କହୁଛନ୍ତି ।

ଏହା ସହ ପଢନ୍ତୁ ଆର୍ମି ୟୁନିଫର୍ମରେ ଭାଇରାଲ୍ ହେଲା ମହେନ୍ଦ୍ର ସିଂହ ଧୋନିଙ୍କ ଭିଡିଓ, ଗାଡିରୁ ଓହ୍ଲାଇ କହୁଛନ୍ତି ‘ଜୟହିନ୍ଦ୍‌’

ତେବେ ଅନେକ ଲୋକ ଏହି ଅଭିଯୋଗକୁ ଖାରଜ କରିଛନ୍ତି । କିଛି ଲୋକ କହିଛନ୍ତି ଚାଟ୍ ଦେଖି ଲାଗୁନି ଏହା ଏକତରଫା କିମ୍ବା ବିନା ସହମତିରେ ସମ୍ପର୍କ ଚାଲିଛି ବୋଲି । ତେବେ ଏହି ଏହି ଘଟଣା ପରେ ବିବାଦରେ ଫସି ଯାଇଛନ୍ତି ଏହି ପାକିସ୍ତାନୀ କ୍ରିକେଟର୍ ।
ପାକର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଚଳିତ ବିଶ୍ବକପରେ ବାଲାଂଦେଶ ବିପକ୍ଷରେ ଶତକ କରିଥିଲେ । ଯେଉଁଥିରେ ପାକକୁ ମିଳିଥିଲା ବଡ ବିଜୟ ।

Leave A Reply

Your email address will not be published.