ବ୍ରିସବେନ ଟେଷ୍ଟର ଆଜି ଅନ୍ତିମ ଦିନ, ୩୨୮ ରନ୍‌ ଟାର୍ଗେଟର ପିଛା କରୁଛି ଟିମ୍ ଇଣ୍ଡିଆ

ବ୍ରିସବେନ: ବ୍ରିସବେନ ଟେଷ୍ଟର ଆଜି ଅନ୍ତିମ ଦିନ । ୩୨୮ ରନ୍‌ ଟାର୍ଗେଟର ପିଛା କରୁଛି ଟିମ ଇଣ୍ଡିଆ । ଓପନର ଶୁବମନ୍‌ ଗିଲ୍‌ ଅର୍ଦ୍ଧଶତକ ହାସଲ କରିଛନ୍ତି । ୯୧ ରନ୍‌ କରି ସେ ପ୍ୟାଭିଲିୟନ୍‌ ଫେରିଛନ୍ତି । କ୍ରିଜ୍‌ରେ ଅଛନ୍ତି ଚେତେଶ୍ୱର ପୂଜାରା ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ । ଓପନର ରୋହିତ ଶର୍ମା ପୁଣି ନିରାଶ କରିଛନ୍ତି । ୭ ରନ୍‌ କରି ରେହିତ ଶର୍ମା ପ୍ୟାଭିଲିୟନ୍‌ ଫେରିଛନ୍ତି ।

ଆଜି ଶେଷ ଦିନ ଥିବାରୁ ବିଜୟ ପାଇଁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୯୪ ରନରେ ଅଲଆଉଟ୍‌ ହୋଇଥିଲା । କଙ୍ଗାରୁ ବାହିନୀ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ମହମ୍ମଦ ସିରାଜ । ସେ ସର୍ବାଧିକ ୫ଟି ଓ୍ଵିକେଟ ନେଇଥିଲେ । ସାର୍ଦ୍ଦୁଲ ଠାକୁର ୪ଟି ଏବଂ ଓ୍ଵାଶିଂଟନ ସୁନ୍ଦର ଗୋଟିଏ ଓ୍ଵିକେଟ ନେଇଥିଲେ । ଭାରତ ପ୍ରଥମ ଇନିଂସରେ ୩୩୬ ରନ୍‌ କରିପାରିଥିଲା । ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି ।

Leave A Reply

Your email address will not be published.