କଣ୍ଟାବାଞ୍ଜି ସହରର ଏକ ଲଜରୁ ୬୦ ଲକ୍ଷ ଜବତ: ଜୁଆ ଖେଳୁଥିବା ସନ୍ଦେହ, ୭ ଗିରଫ

କଣ୍ଟାବାଞ୍ଜି(କେନ୍ୟୁଜ): ଲଜ୍‌ରୁ ୬୦ ଲକ୍ଷ ଜବତ। କଣ୍ଟାବାଞ୍ଜି ସହରର ଏକ ଲଜ୍‌ ଉପରେ ପୋଲିସ ଚଢାଉ କରି ଟଙ୍କା ଜବତ କରିଛି। ଚଢାଉ ସମୟରେ ରାଜ୍ୟ ବାହାରର ୭ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୬୦ଲକ୍ଷ ଟଙ୍କା ଜବତ ହୋଇଛି। କଣ୍ଟାବାଞ୍ଜି SDPO ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲଜ୍‌ରେ ଚଢାଉ କରିଥିବା ସମୟରେ ସେମାନେ ଜୁଆ ଖେଳୁଥିଲେ।

ସେମାନଙ୍କ ପାଖରୁ ତାସ୍‌ ମଧ୍ୟ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି। ତେବେ ଶ୍ରମିକ ଚାଲାଣ ପାଇଁ ଦାଦନ ସର୍ଦ୍ଦାର ମାନେ ଟଙ୍କା ଦେବା ପାଇଁ ଆସିଥିବା ସନ୍ଦେହ କରାଯାଉଥିବା SDPO ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ କଣ୍ଟାବାଞ୍ଜି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 

 

Leave A Reply

Your email address will not be published.