ପୋଲିସ ହାତରେ ପୋଲିସ ଅଟକ, ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା ସହ ଧମକ ଦେଉଥିବା କ୍ୟାପିଟାଲ ଥାନାର ସବଇନସପେକ୍ଟର ଅଟକ

କେନ୍ୟୁଜ୍ (ବ୍ୟୁରୋ):  ପଳାତକ ସବଇନିସପେକ୍ଟର ପୋଲିସ ହାତରେ ଅଟକ। ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଓ ଧମକ ଦେଇ ଫେରାର ଥିଲେ କ୍ୟାପିଟାଲ ଥାନାର ସବ ଇନିସପେକ୍ଟର ରାକେଶ ସାମଲ। ଫେରାର ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ବଢିଥିଲା ରାକେଶଙ୍କ ଅଡୁଆ। ସେପଟେ ଆଜି ସିଆପିସିର ଧାରା ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି ।.

ପୋଲିସ ହାତରେ ପୋଲିସ ଅଟକ । କ୍ୟାପିଟାଲ ଥାନାର ନିଲମ୍ବିତ ସବଇନସପେକ୍ଟର ରାକେଶ ସାମଲଙ୍କୁ ଅଟକ ରଖିଛି କମିସନରେଟ ପୋଲିସ। ଜଣେ ଯୁବତୀଙ୍କୁ ପ୍ରେମ, ପରେ ପ୍ରତାରଣା ସହ ଧମକ ଦେବା ଅଭିଯୋଗ ଆସିବା ପରେ ଫେରାରେ ଥିଲେ ରାକେଶ । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ହୋଇଥିଲା ଚଢ଼ଉ। ଆଜି ତାକୁ ରାଉରକେଲାରୁ ଅଟକ ରଖିଛି ମହିଳା ଥାନା ପୋଲିସ। ସେପଟେ ଆଜି ପୀଡିତାଙ୍କ କୋର୍ଟରେ ବୟାନ ରେକର୍ଡ ହୋଇଛି । ସିଆରପିସି ଧାରା ୧୬୪ରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି ।

ଗତ ୬ତାରିଖରେ ରାକେଶଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଥିଲେ ଯୁବତୀ । ଅଭିଯୋଗ ଥିଲା ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଜୋର ଜବରଦସ୍ତ ଗର୍ଭପାତ କରିଥିଲେ ରାକେଶ। ସେପଟେ ଗାଡି ଚୋରି ର‍୍ୟାକେଟ୍‌ରେ ସଂପୃକ୍ତି ନେଇ ରାକେଶ ନାଁରେ ଆସିଥିବା ଅଭିଯୋଗର ତଦନ୍ତ କରୁଛି ପୋଲିସ । କମିଶନରେଟ ପୋଲିସ ପାଖରୁ ମିଳିଥିବା ସୂଚନା ଅନୁସାରେ ରାକେଶ ଚୋରି ଗାଡି ଆଣି ବିକ୍ରି କରୁଥିଲା। ଏନେଇ କୌଣସି ପ୍ରମାଣ ମିଳିନି । ଏବେ ରାକେଶ ନାମରେ ଯୁବତୀ ଆଣିଥିବା ଅଭିଯୋଗକୁ ନେଇ ଚାଲିଛି ତଦନ୍ତ ।

Leave A Reply

Your email address will not be published.