କୋଭିଡ଼ ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ ଭୁଲିହେବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ): ଟିକାକରଣ ନେଇ ଫିଡ୍‌ବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନଲାଇନ ଜରିଆରେ ମୁଖ୍ୟମନ୍ତ୍ରୀ କିଛି HCW ହିତାଧିକାରୀଙ୍କ ଠାରୁ ମତ ସଂଗ୍ରହ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୧ ଆମ ପାଇଁ ଭଲ ଖବର ନେଇ ଆସିଛି । ଆଜିଠୁ ଟିକାକରଣ ଆରମ୍ଭ ହୋଇଥିବାରୁ ବହୁତ ଖୁସି ବୋଲି ନିଜ ବୟାନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏବେବି କୋଭିଡ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । ସେମାନଙ୍କ ସେବା ଓ ତ୍ୟାଗକୁ କେବେ ବି ଭୁଲିହେବ ନାହିଁ । ଏହା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

 

 

Leave A Reply

Your email address will not be published.