ଆହୁରି ଦୁଇ ଦିନ ଶୀତ କଷ୍ଟ, ଜାନୁଆରୀ ୨ରୁ କମି ପାରେ ପ୍ରକୋପ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜାଡ଼ରେ ହାତ ଗୋଡ଼ ଅକାଲୁଆ ହୋଇଯାଉଛି । ବାହାରେ କଣ ଘରେ ବି ବିନା ଶୀତବସ୍ତ୍ରରେ ରହି ହେଉନାହିଁ । ପାଣିରେ ହାତ ମାରି ହେଉନି । ଇଏ ହେଉଛି ଚଳିତ ବର୍ଷ ସାରା ରାଜ୍ୟରେ ଥଣ୍ଡାର ସ୍ଥିତି ।
ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଶୀତ ଲହରୀ ଜାରି ରହିବ । ତାପମାତ୍ର ଆହୁରି ଖସିବାର ଆଶଙ୍କା ରହିଛି । ତେବେ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ରାଜସ୍ଥାନରେ ଶୀତର ପ୍ରକୋପ ଅତ୍ୟଧିକ ରହିବ । ତେବେ ତାମିଲନାଡୁ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ବର୍ଷା ହେବ ।

SNOW IN DARINGABADI-2
ଓଡ଼ିଶାରେ ଗତ କିଛି ବର୍ଷ ମଧ୍ୟରେ ଇଏ ହେଉଛି ସବୁଠାରୁ ହାଡ଼ଭଙ୍ଗା ଶୀତ । ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଏଥର ବରଫ ଜମିଛି । ସ୍ଥାନୀୟ ଲୋକେ ସିନା କଷ୍ଟ ପାଉଛନ୍ତି ହେଲେ ପର୍ଯ୍ୟଟକଙ୍କ ପାଇଁ ଖୁସିର ଦିନ ଆଣିଛି ଶୀତ ।
ଏପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୮ ଡିଗ୍ରୀରେ ପହଞ୍ଚିଛି । ଶୀତ ଲହରୀ ସମ୍ବଲପୁରରୁ ଆରମ୍ଭ କରି ବାଲେଶ୍ୱର,

SNOW IN DARINGABADI-4

ବ୍ରହ୍ମପୁରରୁ ମାଲକାନଗିରି ଯାଏ ହାଡ଼ ଥରାଇ ଦେଉଛି । ଆଜି ସକାଳେ ଫୁଲବାଣୀରେ ତାପମାତ୍ରା ୪.୫ ଏବଂ ଦାରିଙ୍ଗବାଡ଼ିରେ ୩ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ସେହିପରି ବାଲେଶ୍ୱରରେ ୭.୮, ଭୁବନେଶ୍ୱର ଓ କଟକ ୮.୨, ଅନୁଗୁଳ ୫.୬, ଝାରସୁଗୁଡ଼ା, ୭, କେନ୍ଦୁଝର ୬.୪, ସମ୍ବଲପୁର ୭.୩, ଭବାନୀପାଟଣା ୬.୫, ବଲାଙ୍ଗିର ୭.୧, ସୋନପୁର ୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା ।
ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଶୀତ ଲହରୀ ଜାରି ରହିବ । ତା ସହିତ ଅନେକ ଜିଲ୍ଲା ଘନ କୁହୁଡ଼ି ହେବ । ଜାନୁଆରୀ ୨ ତାରିଖରୁ ଏଭଳି ସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ମିଳି ପାରେ ।

SNOW IN DARINGABADI-3

Leave A Reply

Your email address will not be published.