ଆଉ ୩ ଦିନ ଜାରି ରହିବ ଶୀତ ଲହରି, ୧୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେ ନ୍ୟୁଜ): ଜାରି ରହିଛି ଥଣ୍ଡା ଲହରୀ । ଆଉ ୩ ଦିନ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ୯ ସହରର ତପାମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ୧୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । କିଛି ଦିନ ଧରି ଶୀତ କମି ଯାଇଥିବା ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ସକାଳୁ ସଞ୍ଜ ଯାଏଁ କୋହଲା ପବନ ବହୁଛି । ସକାଳୁ ସକାଳୁ ପାରଦ ଖସି ଯାଉଥିବା କାରଣରୁ ଅସମ୍ଭାଳ ହେଉଛି ପରିସ୍ଥିତି । ଶୀତ ବଢ଼ୁଥିବାରୁ ସହର ମଧ୍ୟରେ ଯାତାୟତ ମଧ୍ୟ ପ୍ରବାହିତ ହେଉଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବ । ଏନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

 

 

Leave A Reply

Your email address will not be published.