ଯଦୁପୁର ନାବାଳିକା ହତ୍ୟା ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କୁ ସମନ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି NCPCR । ହତ୍ୟାର କାରଣ ମାନବ ଅଙ୍ଗ ଚୋରାଚାଲାଣ ବୋଲି ନାବାଳିକାଙ୍କ ବାପାମାଆ ଅଭିଯୋଗରେ ଦର୍ଶାଇଥିବା ଏନସିପିସିଆର କହିଛନ୍ତି ।

ସେପଟେ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଏସଆଇଟି ତଦନ୍ତ ଜାରି ରଖିଛି । ଦ୍ୱିତୀୟ ଥର ପାଇଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଜେରା କରିଛି ଏସଆଇଟି । ତଦନ୍ତକାରୀ ଦଳର ମୁଖ୍ୟ ଅରୁଣ ବୋଥ୍ରା ମୃତ ନାବାଳିକା କଙ୍କାଳ ମିଳିଥିବା ସ୍ଥାନ ବୁଲି ଦେଖିଛନ୍ତି । ସଂପୃକ୍ତ ଜମିର ମାଲିକାନା କାହା ନାଁରେ ରହିଛି, ସେଠାରେ ଅନ୍ୟ କାହାର ଜମି ରହିଛି ତାକୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.