ସଚେତନତା ପାଇଁ ମାଗଣା ହେଲମେଟ୍‌ ବାଣ୍ଟିଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : କମିଶନରେଟ ପୋଲିସର ଅଭିନବ ଉପାୟରେ ଟ୍ରାଫିକ୍‌ ସଚେତନତା କାଯ୍ୟର୍କ୍ରମ । ହେଲମେଟ ନ ପିନ୍ଧି ବାଇକ୍‌ ଚଳାଉଥିବା ଚାଳକଙ୍କୁ ମାଗଣାରେ ହେଲମେଟ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ୍‌ ଥାନା ନିକଟରେ କମିଶନରେଟ ପୋଲିସ ପକ୍ଷରୁ ଏଭଳି କାଯ୍ୟର୍କ୍ରମ ଅନୁଷ୍ଠିତ ହୋଇଥିଲା।

helmate 1

ସମୟ ଦିନ ୧୨ଟାା ସ୍ଥାନ ଭୁବନେଶ୍ୱର ଏଜି ଛକା ସବୁଦିନ ପରି ଏଠାରେ ଚାଲିଥିଲା ହେଲମେଟ୍‌ ଚେକିାଂ ହେଲମେଟ ପିନ୍ଧି ନଥିବାରୁ ୧୦ରୁ ୧୫ଜଣ ବ୍ୟକ୍ତିଙ୍କୁ ଅଟକାଇ ଥିଲେ ଟ୍ରାଫିକ୍‌ ପୋଲିସ । ହଠାତ୍‌ ପହଞ୍ଚି ଥିଲେ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଓ ଭୁବନେଶ୍ୱର ଡିସିପି ଅନୁପ ସାହୁ । କେହି କିଛି ବୁଝିବା ଆଗରୁ ପୋଲିସ କମିଶନର ସମସ୍ତଙ୍କୁ ମାଗଣାରେ ହେଲମେଟ ବାଣ୍ଟିଲେ । ଟ୍ରାଫିକ୍‌ ସଚେତନାର ଆଉ ଏକ ଅଭିନବ ଉପାୟ ଅବଲମ୍ବନ କଲା କମିଶନରେଟ ପୋଲିସ ।

HELMET-4

ହେଲମେଟ ପାଇବା ପରେ ମୁହଁରେ ହସ ଫୁଟାଇଲେ ବାଇକ୍‌ ଚାଳକା ଆଜି ୪୦ରୁ ଅଧିକ ହେଲମେଟ ବାଣ୍ଟିଥିଲେ ପୋଲିସ କମିଶନର ।

ଏଜି ଛକଠାରେ ହେଲମେଟ ବଣ୍ଟାଯାଉଛି। ଏ ଖବର ପରେ ଲୋକଙ୍କ ଭିଡ଼ ଜମିଥିଲା। କିଛି ସମୟ ପାଇଁ ଟ୍ରାଫିକ୍‌ ଜାମ୍‌ ହୋଇଗଲାା ଏପରି କି ନିଜର ହେଲମେଟ ଥାଇ ବି କିଛି ବ୍ୟକ୍ତି ପୋଲିସଠାରୁ ମାଗଣା ହେଲମେଟ ନେବାକୁ ପହଞ୍ଚି ଯାଇଥିଲେ।

Leave A Reply

Your email address will not be published.