ଆଜିଠୁ କଂଗ୍ରେସର ଜନ ସମ୍ପର୍କ ପଦଯାତ୍ରା, ବୁଥ୍‌ ସ୍ତରରୁ କଂଗ୍ରେସକୁ ମଜବୁତ୍‌ କରିବାକୁ ପ୍ରୟାସ

ଭୁବନେଶ୍ବର(କେନ୍ଯୁଜ୍) : ବୁଥ୍‌ ସ୍ତରରୁ କଂଗ୍ରେସକୁ ମଜବୁତ୍‌ କରିବା ଲାଗି ପ୍ରୟାସ। ଏଥିପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି। ଆଜିଠୁ ଆରମ୍ଭ ହେବ କଂଗ୍ରେସର ଜନ ସମ୍ପର୍କ ପଦଯାତ୍ରା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ନେତୃତ୍ୱରେ କର୍ମୀମାନେ ବସ୍‌ ଯୋଗେ ଯାତ୍ରା କରିବେ। ଭୁବନେଶ୍ୱର କଂଗ୍ରେସ ଭବନରୁ ଜନ ସମ୍ପର୍କ ଯାତ୍ରା ବାହାରି ବାଲେଶ୍ୱର ଅଭିମୁଖେ ଯାତ୍ରା କରିବେ। ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗାଁ ଗାଁ ବୁଲି ସାଧାରଣ ଲୋକଙ୍କ ପାଖରେ ଦଳକୁ ପହଞ୍ଚାଇବା। ଏହାସହ ବିଜେପି ଓ ବିଜେଡିର ଜନବିରୋଧୀ ଓ ଦୁର୍ନିତୀ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ।

Leave A Reply

Your email address will not be published.