ପୁରୀ : ବାସେଳି ସାହି ସହ ଏକା ସାଙ୍ଗେ ସହରର ୫ ଜଣ ଆଇଆଇସିଙ୍କ ବଦଳି

ପୁରୀ (କେ ନ୍ୟୁଜ୍‌) : ପୁରୀ ହାଜତ ମୃତ୍ୟୁ ମାମଲାର ପ୍ରଭାବ ପଡ଼ିଲା ପୁରୀ ପୋଲିସ୍‌ ଉପରେ । ବଦଳି ହେଲେ ପୁରୀ ବାସେଳି ସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା । ହାଜତ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ପୁରୀ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବଳଙ୍ଗା ଥାନା ଆଇଆଇସି ସଞ୍ଜୀବ କୁମାର ପ୍ରଧାନଙ୍କୁ ଅବସ୍ଥାପିତ କରାଯାଇଛି।
ତେବେ ଏହା ଭିତରେ ଏ ଗୋଟିଏ ନୁହେଁ ଏକାଥରେ ପୁରୀ ସହରର ପାଞ୍ଚଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଅବଶ୍ୟ ସବୁ ସହର ଭିତରେ ଏପାଖ ସେପାଖ ହୋଇଛନ୍ତି । କୁମ୍ଭାରପଡା ଥାନା ଆଇଆଇସି କୁଳମଣି ସେଠୀଙ୍କୁ ବଳିଆପଣ୍ଡା ଥାନାକୁ, ବଳିଆପଣ୍ଡା ଥାନା ଆଇଆଇସି ଚିନ୍ମୟ ରାଉତଙ୍କୁ ସମୁଦ୍ରକୂଳ ଥାନାକୁ ବଦଳି କରାଯାଇଛି ।

PURI BASELI THANA

ସେହିପରି ସମୁଦ୍ର କୂଳ ଥାନା ଆଇଆଇସି ଵିଚିତ୍ରାନନ୍ଦ ସେଠୀଙ୍କୁ କୁମ୍ଭାରପଡା ଥାନା ଆଇଆଇସି ଭାବେ ନୂଆ ଦାୟିତ୍ୱ ମିଳିଛି । କୁମ୍ଭାରପଡାର ସଵ୍ ଇନ୍ସପେକ୍ଟର ସମରେନ୍ଦ୍ର ପାଇକାରାୟଙ୍କୁ ବଳଙ୍ଗା ଥାନାର ଓଆଇସି ଭାବେ ଦାୟିତ୍ବ ଦିଆଯାଇଛି।

 

 

Leave A Reply

Your email address will not be published.