ମାଲକାନଗିରି : ଶ୍ମଶାନ ଜମିକୁ ନେଇ ଉତ୍ତେଜନା

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ଏମ୍‌ଭି ୮୦ ଗାଁରେ ଶ୍ମଶାନ ଜମିକୁ ନେଇ ଉତ୍ତେଜନା ଦେଖାଦେଇଛି। ୨୦୧୦ରୁ ଶ୍ମଶାନ ଜମିର କିଛି ଅଂଶକୁ ଜଣେ ବ୍ୟକ୍ତି ଜବର ଦଖଲରେ ରଖିଥିବା ଅଭିଯୋଗ ହୋଇଛି। ଶ୍ମଶାନ ଜମିକୁ ତାର ବାଡ ଦେଇ ରଖାଯାଇଛି। ତେଣୁ ଶ୍ମଶାନକୁ ଯିବା ପାଇଁ ଅସୁବିଧା ହେଉଛି। ଦିନକ ତଳେ ବନ୍ଧୁଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଶବକୁ କାନ୍ଧରେ ବୋହି ଲୋକେ ନାଳ ପାର ହୋଇ ଶ୍ମଶାନକୁ ଯିବାକୁ ବାଧ୍ୟ ହୋଇଥିଲେ।

malkangiriଏହି ଅସୁବିଧା ପରେ ଲୋକେ ଉତ୍ୟକ୍ତ ହୋଇପଡିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ପୋଲିସ ଘଟଣା ସ୍ଥଳକୁ ଯାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଅସୁବିଧା ନେଇ ତହସିଲଦାରଙ୍କୁ ଜଣାଇବା ନେଇ ପୋଲିସ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Leave A Reply

Your email address will not be published.