ଇକୋ ରିଟ୍ରିଟରେ ପ୍ରଶାସନିକ ଅଧିକାରୀ, ପୁରୀରେ ଅନୁଷ୍ଠିତ ହେବ ସମ୍ମିଳନୀର ଦ୍ୱିତୀୟ ଦିନ

ପୁରୀ: ବରିଷ୍ଠ ଆଇଏଏସ ଅଧିକାରୀଙ୍କ ସମ୍ମିଳନୀ ପ୍ରଥମ ଦିନ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ପ୍ରାୟ ସମସ୍ତ ବରିଷ୍ଠ ଅଧିକାରୀମାନେ ଇକୋ ରିଟ୍ରିଟ୍‌ ଅଭିମୁଖେ ବାହାରିଥିଲେ । ଓଡ଼ିଶା ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ବସ ଯୋଗେ ଯାତ୍ରା କରିଥିଲେ । ଆଜି ଇକୋ ରିଟ୍ରଟ୍‌ରେ ସମ୍ମିଳନୀ ହେବ । ବିଭିନ୍ନ କ୍ଷେତ୍ରୀୟ ସ୍ତରରେ ହେଉଥିବା ସମସ୍ୟା ଉପରେ ଆଲୋଚନା ହେବ । ସମସ୍ତ ଅଧିକାରୀ ଏଠାରେ ରାତ୍ର ଯାପନ କରିଛନ୍ତି । ଆଇଏଏସ ଅଧିକାରୀଙ୍କ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାଲିଥିବା ଇକୋ ରି ଟ୍ରିଟ୍‌ରେ ଆଜି ଅଧିବେଶନ ହେବାକୁ ଯାଉଛି । ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପାଞ୍ଚସୂତ୍ରୀ ମନ୍ତ୍ର ପଢ଼ାଇଥିଲେ ।

Leave A Reply

Your email address will not be published.