କୋଭିଡ୍‌ ସ୍ଥିତିରେ ବି ରାଜ୍ୟର ରାଜସ୍ୱ ସଂଗ୍ରହରେ ବୃଦ୍ଧି, ଚଳିତ ନଭେମ୍ବର ସୁଦ୍ଧା ୪ ପ୍ରତିଶତ ଅଧିକ

ଭୁବନେଶ୍ବର: କୋଭିଡ୍‌ ସ୍ଥିତିରେ ବି ରାଜ୍ୟର ରାଜସ୍ୱ ସଂଗ୍ରହରେ ବୃଦ୍ଧି। ଗତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ଯେତିକି ରାଜସ୍ୱ ସଂଗ୍ରହ ହୋଇଥିଲା, ଚଳିତ ଆର୍ଥିକ ନଭେମ୍ବର ସୁଦ୍ଧା ୪ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି। ସେହିପରି ଅଣଟିକସ ରାଜସ୍ୱରେ ବୃଦ୍ଧି ହୋଇଛି ୨୩.୯ ପ୍ରତିଶତ। ଚଳିତ ଆର୍ଥିକ ବର୍ଷରେ ୨୯ ହଜାର ୪୧୧ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷ ଏ ସମୟରେ ସଂଗ୍ରହ ହୋଇଥିଲା ୨୮ ହଜାର ୪୦୨ କୋଟି ଟଙ୍କା।

ଚଳିତ ଆର୍ଥିକ ବର୍ଷରେ ୧୦ ହଜାର ୪୬୨ କୋଟି ଟଙ୍କା ଅଣ ଟିକସ ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହି ପରିମାଣ ଥିଲା ୮ ହଜାର ୪୮୫ କୋଟି ଟଙ୍କା। ବିଭିନ୍ନ ଯୋଜନାରେ ହୋଇଥିବା ବ୍ୟୟ ବରାଦରେ ଅର୍ଥ ପକାଇ ନ ରଖି ଖର୍ଚ୍ଚ କରିବାକୁ କହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଗତକାଲି ସବୁ ବିଭାଗର ସଚିବଙ୍କୁ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷାତାରେ ଏକ ସମୀକ୍ଷା ବୈଠକ ବସିଥିଲା।

Leave A Reply

Your email address will not be published.