ନବୀନଙ୍କ କାମର ବଢୁଛି ଲୋକପ୍ରିୟତା, ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ୍‌ ଏକ୍‌ସଚେଞ୍ଜ ସର୍ଭେରେ ୪୯ ପ୍ରତିଶତ ମୁଖ୍ୟମନ୍ତ୍ରୀ କାମରେ ଖୁସ୍‌

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ । ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ୍‌ ଏକ୍‌ସଚେଞ୍ଜ ସର୍ଭେର ନବୀନ ପଟ୍ଟନାୟକ ଶୀର୍ଷରେ ଅଛନ୍ତି। ଜାନୁଆରୀ ମାସରେ ହୋଇଥିବା ସର୍ଭେରେ ରାଜ୍ୟର ୫୨ ପ୍ରତିଶତ ଲୋକ ଚାହୁଁଛନ୍ତି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସେପ୍ଟେମ୍ବର ୨୦୧୮ରେ ଏହା ୫୯ ପ୍ରତିଶତ ଓ ଗତ ନଭେମ୍ବର ମାସରେ ଏହା ୫୪ ପ୍ରତିଶତ ଥିଲା। ଏହି ସର୍ଭେରେ ୨୬ ପ୍ରତିଶତ ସହ ବହୁ ପଛରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ୮ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କିନ୍ତୁ ନବୀନଙ୍କ କାମର ଲୋକପ୍ରିୟତା ବଢି ଚାଲିଛି। ସେପ୍ଟେମ୍ବର ମାସରେ ନବୀନଙ୍କ କାମରେ ୪୪ ପ୍ରତିଶତ ସନ୍ତୁଷ୍ଟ ଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସରେ ଏହା ବୃଦ୍ଧି ପାଇ ୪୯ ପ୍ରତିଶତରେ ପହଞ୍ଚିଛି। ନବୀନଙ୍କ କାମକୁ ୨୭ ପ୍ରତିଶତ ଆଭରେଜ୍‌ ବୋଲି କହୁଛନ୍ତି। ସେପ୍ଟେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ଅସନ୍ତୁଷ୍ଟଙ୍କ ସଂଖ୍ୟା କମିଛି। ୧୯ ପ୍ରତିଶତରୁ ଏହା ୧୮ ପ୍ରତିଶତକୁ ହ୍ରାସ ପାଇଛି।

 

 

Leave A Reply

Your email address will not be published.