ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌: ଲୋକେ ଦେଖିଲେ ପଶ୍ଚିମଓଡ଼ିଶାର କଳା- ସଂସ୍କୃତି ଓ ପରମ୍ପରାର ଝଲକ

ଭୁବନେଶ୍ୱର(କେନ୍ୟୁଜ୍): ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସର ଆଜି ରାଜଧାନୀ ଭୁବନେଶ୍ୱରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରାଜଧାନୀରେ ରହୁଥିବା ପଶ୍ଚିମଓଡ଼ିଶାର ଲୋକମାନେ ନୂଆଁଖାଇ ଉତ୍ସବ ପାଳନ କରି ପରସ୍ପର ଭିତରେ ଭାଇଚାରା, କଳା-ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ପ୍ରୟାସ କରିଛନ୍ତି ।

ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପଠାରେ ଆଜି ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଂଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଉଦଘାଟନ କରିବା ସହ ଭାଇଚାରା ଓ ଲୋକକଳାକୁ ବଜାୟ ରଖିବା ନିମନ୍ତେ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କୃଷି ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢ଼ୀ ଅତିଥି ଭାବେ ଯୋଗ ଦେଇ ପଶ୍ଚିମଓଡ଼ିଶାର କଳାକାର ଓ ସାଧାରଣ ଲୋକଙ୍କୁ ଉତ୍ସାହିତ କରିଥିଲେ ।
ମା’ ସମଲେଶ୍ୱରୀଙ୍କୁ ଆରାଧନା ଓ ନୂଆଁଖାଇର ପାରମ୍ପରିକ ରୀତିନୀତି ସଂକ୍ରାନ୍ତ ଏକ ଅଡିଓ ଭିଜୁଆଲରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କଳା,ସଂସ୍କୃତି, କ୍ରୀଡ଼ା, ସମାଜସେବା ଓ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଶ୍ଚିମଓଡ଼ିଶାର ବ୍ୟକ୍ତିବିଶେଷ ‘ନୂଆଁଖାଇ ସମ୍ମାନ-୨୦୨୨’ରେ ସମ୍ବର୍ଦ୍ଧିତ କରାଯାଇଛି । ଯେଉଁମାନେ ଆଜି ସମ୍ବର୍ଦ୍ଧିତ ହୋଇଥିଲେ ସେମାନେ ହେଲେ- ୩୦୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ମହିଳାଙ୍କୁ ସଶକ୍ତିକରଣ କରିଥିବା ସୁମତି ସା,ଜାତୀୟ ଫୁଟବଲ ଖେଳାଳୀ ପ୍ୟାରୀ ଖାଖା, ପ୍ରଧ୍ୟାପିକା କୁନ୍ତୀରାଣୀ ପ୍ରଧାନ, ଅଭିନେତ୍ରୀ ଆନିଶା ଶର୍ମା, ବେଟିଖାଇ ବରିହା, ଟଙ୍କିକିଆ କ୍ଲିନିକ୍ ଡାକ୍ତର ଶଙ୍କର ରାମଚନ୍ଦାନୀ, ରଜତ ପାଣିଗ୍ରାହୀ, ଅଲେଖ ସାହୁ, ସଙ୍ଗୀତଜ୍ଞ ରମେଶ ମହାନନ୍ଦ, ସଙ୍ଗୀତଜ୍ଞ ଅଭିଜିତ୍ ମଜୁମଦାର, ଅଭିନେତା ମନୋଜ ମିଶ୍ର, କୁନା ତ୍ରିପାଠୀ, ଚିନ୍ମୟ ମିଶ୍ର ଓ ପ୍ରଦ୍ୟୁମ୍ନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ସୋନପୁରର ପଏଁରୀ ଅନୁଷ୍ଠାନ, କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ବଲାଙ୍ଗିରର ନବୀନ କୁଅଁର ଆର ସାଥୀ, ମା’ ସମଲେଶ୍ୱରୀ ଲୋକ ସଂସ୍କୃତି ଗବେଷଣା କେନ୍ଦ୍ର, ବଲାଙ୍ଗିରର ଦୁଲଦୁଲି କଳା ପରିଷଦ, ସମ୍ବଲପୁରର ଟ୍ରାଇବାଲ ଆଣ୍ଡ ଫୋକ୍ ଆର୍ଟ ସେଂଟରକୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ରୁଚି ମସଲାର ପ୍ରତିଷ୍ଠାତା ତଥା ଉଦ୍ୟୋଗୀ ଡଃ ଶରତ କୁମାର ସାହୁଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସର ମହିଳା ୱିଙ୍ଗ ଦ୍ୱାରା ଉଲ୍ଲେଖନୀୟ ଅବଦାନ ଥିବା ମହିଳାଙ୍କୁ ‘ଶକ୍ତି’ ଆୱାର୍ଡରେ ସମ୍ମାନିତ କରାଯାଇଛି । ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ବ୍ୟକ୍ତି ଓ କଳାକାରଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ସିନେ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ମହେନ୍ଦ୍ର ବଢ଼େଇ, ପୁରିନ୍ଦର ନନ୍ଦ, ସମାଜସେବୀ ପ୍ରବୋଧ ରଥ, ସୁନୀତା ବିଶ୍ୱାଳ, ଡଃ ମନୋଜ ଲାଠ୍ , ନିଶାନ୍ତ ଦୀକ୍ଷିତ, ପ୍ରଶାନ୍ତ କୁମାର ପଣ୍ଡା, ଆଶୀଷ ମିଶ୍ର, ସୁଭାଶୀଷ ମିଶ୍ର, ସଞ୍ଜୟ, ସୁଜିତ କୁମାର କରଣ ସମେତ ନୂଆଁଖାଇ ପରିବାରର ସଦସ୍ୟମାନେ ସହଯୋଗ କରିଥିଲେ । ପଲ୍ଲବୀ ହୋତା ଓ ପ୍ରଦ୍ୟୁମ୍ନ ସାହୁ ମଞ୍ଚ ପରିଚାଳନା କରିଥିଲେ ା ଶିବାଂଶୀ ଫାଉଣ୍ଡେସନର ଆବାହକ ଇପସିତା, ସୁପ୍ରୀତି ଓ ଅନ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.