ହନ୍ତସନ୍ତ କରୁଛି ଅଦିନିଆ ବର୍ଷା ସାଙ୍ଗକୁ ଶୀତ, ଜନଜୀବନ ହେଉଛି ଅସ୍ତବ୍ୟସ୍ତ

କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା । ପୁଣି ଫେରିଲା ଶୀତ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝିପଝିପ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗ଼ଡ଼, କେନ୍ଦୁଝର, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବ । ଆସନ୍ତା ୧୦ ତାରିଖରୁ ବଦଳିବ ପାଗ । ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ କମିବା ସହ ଥଣ୍ଡା ବଢ଼ିବ ।

ମେଘୁଆ ପାଗ ପରେ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଚିନ୍ତାରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ବଣାଇ ସମେତ ବିଭିନ୍ନ ଅଞ୍ଚଳ ଚାଷୀ । ମଣ୍ଡିକୁ ଆଣିଥିବା ଧାନ ମିଲର ଉଠାଇ ନଥିବାରୁ ବର୍ଷାରେ ସେସବୁ ଭିଜି ଯାଇଛି । ଏବେ ଧାନ କିଭଳି ବିକ୍ରୀ ହେବ ତାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି । ବର୍ଷା ଯୋଗୁ କେବଳ ଧାନ ନୁହେଁ ପନିପରିବା ଫସଲ ମଧ୍ୟ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।

Leave A Reply

Your email address will not be published.