କୋଭିଡ଼ ଡ଼ର ଏବେ ଦେଖିବାକୁ ମିଳିଛି ସବୁ ହସ୍ପିଟାଲରେ , କମିବାରେ ଲାଗିଛି ଆଉଟଡୋର ଓ ଇନଡୋର ପେସେଣ୍ଟ ସଂଖ୍ୟା

କେନ୍ୟୁଜ(ବ୍ୟୁରୋ):କରୋନା ଭୟରେ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁନାହାନ୍ତି। ଆଗରୁ କେବଳ ଆଉଟଡୋର ପେସେଣ୍ଟ କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୩ ହଜାରରୁ ୪ ହଜାର ରୋଗୀ ଦେଖାଇବାକୁ ଆସିଥାନ୍ତି। କିନ୍ତୁ ଏବେ ଏହି ସଂଖ୍ୟା ୪ଶହରୁ ୫ଶହ ମଧ୍ୟରେ ସୀମିତ ରହିଛି। ଅର୍ଥାତ ଆଉଟଡୋରରେ ପାଖାପାଖି ୮୦ ପ୍ରତିଶତ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ସେହିପରି ଇନଡୋର ପେସେଣ୍ଟ ସଂଖ୍ୟା ୪୦ ପ୍ରତିଶତ କମିଛି। କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି କୋଭିଡ଼ ଡ଼ର ଅନ୍ୟ ରୋଗୀଙ୍କୁ ଚିନ୍ତାରେ ପକାଇଛି। ରୁଟିନ୍‌ ଚେକଅପ୍‌ ଠାରୁ ଆରମ୍ଭ କରି ଥଣ୍ଡା, ଜ୍ୱର ଦେଖାଇବା ପାଇଁ ଆଉ ଆଗ ଅପେକ୍ଷା ଡାକ୍ତରଖାନା ଆସିବାକୁ ଉଚିତ ମଣୁନାହାନ୍ତି।

capital hospital

କେବଳ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲରେ କୋଭିଡ଼ ରୋଗୀ ଚିକିତ୍ସିତ ହେଉଛନ୍ତି। ତେଣୁ ଅନ୍ୟ ହସ୍ପିଟାଲକୁ ଯିବାକୁ ଅସୁବିଧା ନାହିଁ। ରାଜ୍ୟ ସରକାର ଏ ପରାମର୍ଶ ଦେବା ପରେ ମଧ୍ୟ ଲୋକେ ଏହାକୁ ବୁଝିବାକୁ ନାରାଜ ।ଦାନ୍ତ ଠାରୁ ଆରମ୍ଭ କରି ଗଣ୍ଠିବାତ, ମୁଣ୍ଡବିନ୍ଧା, ପେଟ ସଂକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମ୍‌ ହୋଇଛି। ଅର୍ଥାତ ଆଗରୁ ଯେଉଁଡାକ୍ତରମାନେ ଶହ ଶହ ସଂଖ୍ୟା ପେସେଣ୍ଟ ଦେଖୁଥିଲେ ଏବେ ସେମାନେ ୨୦ କିମ୍ବା ୩୦ ଜଣ ପେସେଣ୍ଟ ଦେଖୁଛନ୍ତି।

Pipili cracker unit blast: 6-year-old girl succumbs to burns ...

ରୋଗୀ ନ ଆସିବା ଯୋଗୁଁ ଔଷଧ ଦୋକାନରେ ବିକ୍ରି ମଧ୍ୟ ବହୁ ପରିମାଣରେ କମିଛି। ଆଗରୁ ହଜାର ହଜାର ଟଙ୍କାର ଔଷଧ ବିକ୍ରୀ କରୁଥିଲେ କିନ୍ତୁ ଏବେ କୋଭିଡ଼ ଯୋଗୁଁ ଔଷଧ ବିକ୍ରି ମଧ୍ୟ କମିଯାଇଛି। ସେହିପରି ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା କରୁଥିବା ପାଥୋଲାବଗୁଡ଼ିକ ଏକପ୍ରକାର ହାତବାନ୍ଧି ବସିଛନ୍ତି। ହାତଗଣତି ଲୋକେ ଏବେ ପାଥୋଲାବକୁ ଆସୁଛନ୍ତି ପରୀକ୍ଷା କରିବା ପାଇଁ। ତେଣୁ କିଛି ପାଥୋଲାବ ଖୋଲା ଅଛି ତ ଆଉ କିଛି ବନ୍ଦ ପଡ଼ିଛି।ଏବେ କୋଭିଡ଼ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠା କରାଯାଇ ଚିକିତ୍ସା କରାଯାଉଛି। ତେଣୁ ସାଧାରଣ ରୋଗୀଙ୍କୁ ଭୟଭୀତ ନହେବା ପାଇଁ ରାଜ୍ୟ ସରକାର ପରାମର୍ଶ ରହିଛି।

Leave A Reply

Your email address will not be published.