ଦ୍ବିତୀୟ ଦିନରେ ଇମ୍ଫାର ଶ୍ରମିକ ଆନ୍ଦୋଳନ

ଯାଜପୁର : ଦ୍ୱିତୀୟ ଦିନରେ ଯାଜପୁର ଜିଲ୍ଲା ସୁକିନ୍ଦା ଇମ୍ଫା କ୍ରୋମାଇଟ୍ ଖଣିରେ ଶ୍ରମିକ ଆନ୍ଦେନାଳନ । ୯ ଦଫା ଦାବିରେ ଖଣି କାର୍ୟ୍ୟାଳୟ ଆଗରେ ଆନ୍ଦୋଳନ ଚାଲିଛି । ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ୱରେ ଶତାଧିକ ଶ୍ରମିକ ଧାରଣା ଦେଇଛନ୍ତି । ଅଭିଯୋଗ ହୋଇଛି, ଅନ୍ୟ ଖଣି ତୁଳନାରେ ଏଠାରେ ଇମ୍ଫା ଖଣି କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ସୁବିଧା ସୁଯୋଗ ଦେଉନାହାନ୍ତି । ଦରମା ଓ ବୋନସ୍ ବୃଦ୍ଧି, ଭୂତଳ ଖଣି ଶ୍ରମିକଙ୍କୁ ଆବଶ୍ୟକ ସୁବିଧା ସୁଯୋଗ, ଶ୍ରମିକଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଭଳି ୯ଦଫା ଦାବି ରଖିଛନ୍ତି ଶ୍ରମିକ । ଦାବି ପୂରଣ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତେଇ ଦେଇଛନ୍ତି । ଆନ୍ଦୋଳନ ଯୋଗୁ ଖଣି ଖନନ, ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଛି । ସେପଟେ ଆଲୋଚନା କରି ଶ୍ରମିକଙ୍କ ଦାବି ଓ ସମସ୍ୟାର ସମାଧାନ କରାଯିବ ବୋଲି ଇମ୍ଫା ଖଣି କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.