ଡିସେମ୍ବର ୩୧ ପରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଖସିବା ସମ୍ଭାବନା, ଆଗାମୀ ୫ଦିନ ଯାଏ ହାଡ଼ଭଙ୍ଗା ଶୀତ

କେନ୍ୟୁଜ୍(ବ୍ୟୁରୋ):  ନୂଆବର୍ଷରେ ଆହୁରି ଥରାଇବ ଶୀତ। ଆଗାମୀ ୫ଦିନ ଯାଏ ହାଡ଼ଥରା ଜାଡ଼ରୁ ନିସ୍ତାର ନାହିଁ। ଡିସେମ୍ବର ୩୧ ପରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଖସିବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରି ସେଲସିୟସ ତଳେ ରହିବ। ଉପକୂଳ ଜିଲ୍ଲାରେ ୧ରୁ ୨ଡିଗ୍ରି ସେଲସିୟସ୍‌ କମ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

cold wave in odisha

ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ। ଗତ ୨୪ ଘଣ୍ଟାରେ ୧୦ ଡିଗ୍ରି ସେଲସିୟସ ତଳେ ରହିଛି ୬ ସହରର ତାପମାତ୍ରା। ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତାକାଲି ଓ ୩୦ ତାରିଖରେ ଅଧିକାଂଶ ଜିଲ୍ଲାରେ ସକାଳେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ।

Leave A Reply

Your email address will not be published.