ଏଣିକି କ୍ଲାସ୍‌ ନକରି ଅନୁପସ୍ଥିତ ରହିଲେ ପଡିବ ମହଙ୍ଗା, କଲେଜ ବାହାରେ ଖଟି କରୁଥିବା ପିଲାମାନେ ଦେଇ ପାରିବେନି ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍): ଏଣିକି କ୍ଲାସ୍‌ ନକରି ଅନୁପସ୍ଥିତ ରହିଲେ ମହଙ୍ଗା ପଡିବ । କଲେଜ ବାହାରେ ଖଟି କରୁଥିବା ପିଲାଏ ଦେଇ ପାରିବେନି ପରୀକ୍ଷା । କଲେଜରେ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଦେଇପାରିବେନି ପରୀକ୍ଷା । କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ । ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶନାମା ଜାରି କରାଯାଇଛି । ଏହି ନିୟମକୁ ତୁରନ୍ତ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ୭୫ ପ୍ରତିଶତରୁ କମ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ଏକ୍ସଟ୍ରା କ୍ଲାସ କରି ତାହାକୁ ପୂରଣ କରିବାକୁ ହେବ । ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ପୂର୍ବରୁ ଆଗୁଆ ସଚେତନ କରାଇବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି ।

Leave A Reply

Your email address will not be published.