Browsing Tag

Bihar

ଛିଃ ଏତେ ନୃଶଂସ! ସ୍ତ୍ରୀ ଆଉ ଝିଅକୁ ହାଣିବା ପରେ କଟା ମୁଣ୍ଡ ଧରି ଶ୍ୱଶ୍ୱର ଘରେ ପହଞ୍ଚିଲା ଜ୍ୱାଇଁ

ବିହାରର ମଧେପୁରାରୁ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନିର୍ଦ୍ଦୟ ସ୍ୱାମୀ ପାଶବିକତାର ସବୁ ସୀମା ଟପିଯାଇଛି। ଏହି ରାକ୍ଷସ ନିଜ ସ୍ତ୍ରୀ ଓ ଦେଢ଼ ବର୍ଷର ଝିଅର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି। ପତ୍ନୀର ମୁଣ୍ଡ କାଟି ସେ ଶ୍ୱଶୁର ଘରେ ରଖିଆସିଥିବା ବେଳେ ଝିଅର କଟା ମୁଣ୍ଡକୁ ଘର…

ବିହାର: ସାରଣରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ; ୧୭ରୁ ଅଧିକ ଲୋକ ହରାଇଲେ ଦୃଷ୍ଟିଶକ୍ତି

ବିହାର: ସାରଣ ଜିଲ୍ଲା ମକେର ଥାନା ଅନ୍ତର୍ଗତ ଭାଥା ନୋନିଆ ଟୋଲି ଏବଂ ଭେଲ୍‌ଦି ଥାନା ଅନ୍ତର୍ଗତ ସୋନହୋ ଭାଥା ଗାଁରେ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଏଠାରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକେ ମୃତକଙ୍କ ଅନ୍ତିମ ସଂସ୍କାର କରିଥିବା ବେଳେ ଘଟଣାଟି ସ୍ଥାନୀୟ…

ବିହାର: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ! ଘର ଭୁଶୁଡ଼ି ୬ ମୃତ; ଭଗ୍ନାବଶେଷ ଭିତରେ ଚାପି ରହିଛନ୍ତି ଅନେକ ଲୋକ

ବିହାରର ଛପରା ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ବାଣ କାରଖାନାରେ ବିସ୍ଫୋରଣ ପରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା। ତେବେ ବିଲ୍ଡିଂର ଭଗ୍ନାବଶେଷ ଭିତରେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଏସ୍‌ପି ସନ୍ତୋଷ…

ହସ୍ପିଟାଲର ସର୍ଜିକାଲ ଓ୍ଵାର୍ଡରେ ପସିଗଲା ବଡ଼ ସାପ, ଭୟରେ ଥରିବାକୁ ଲାଗିଲେ ରୋଗୀ

ବିହାରର ନଓ୍ଵାଦ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜିଲ୍ଲାର ସଦର ହସ୍ପିଟାଲରେ ଏଥିପାଇଁ ଆତଙ୍କ ସୃଷ୍ଟି ହୋଇଛି। ଏହି ହସ୍ପିଟାଲର ସର୍ଜିକାଲ ଓ୍ଵାର୍ଡରୁ ଏକ ବିଶାଳ ସାପ ପସିଯାଇଥିଲା, ତେଣୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଓ୍ଵାର୍ଡରେ ଭର୍ତ୍ତି ହୋଇଥିବା ରୋଗୀ ସାପ ଦେଖି ଭୟଭୀତ…

ମାରିଦେଲେ ଶାଶୁଘର ଲୋକେ; ଗୟାରେ ବିବାହିତ ଝିଅକୁ ମୁଖାଗ୍ନି ଦେଲା ମା’…ନିଜେ କଲା ଅନ୍ତିମ ସଂସ୍କାର

ବିହାରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ନିଜ ବିବାହିତ ଝିଅର ମୁଖାଗ୍ନି ଦେଇଛି। ଶାଶୁଘରେ ଝିଅକୁ ହତ୍ୟା ପରେ ମା’ ହିଁ ଝିଅର ଅନ୍ତିମ ସଂସ୍କାର କରିଛି। ଗୟାର ବିଷ୍ଣୁପଦ ଶ୍ମଶାନ ଘାଟରେ ମା’ ଦେଇଛି ମୁଖାଗ୍ନି। ଏହି ପୂରା ଦୃଶ୍ୟ ଦେଖି ଲୋକଙ୍କ ଆଖି ଛଳଛଳ…

ବିହାର: ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ, ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ହଜାର ହଜାର ଯାତ୍ରୀଙ୍କ ଜୀବନ;…

ବିହାର: ବିହାରର ରକ୍ସୌଲ ଠାରେ ରବିବାର ସକାଳୁ ସକାଳୁ ଏକ ଚଳନ୍ତା ଟ୍ରେନ୍‌ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ଚଳନ୍ତା ଟ୍ରେନ୍‌ ଇଞ୍ଜିନରୁ ଧୂଆଁ ଉଠୁଥିବା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ସବୁ ଆଡ଼େ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଅନ୍ୟପଟେ ଟ୍ରେନ୍‌ରେ ନିଆଁ ଲାଗିବା ପରେ…

ଶ୍ରାଦ୍ଧକର୍ମ ବେଳେ ଗଙ୍ଗା ନଦୀରେ ବୁଡ଼ିଗଲେ ପରିବାରର ୫ ସଦସ୍ୟ, ଜଣେ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଘଟିଗଲା ଦୁର୍ଘଟଣା

ବିହାର: ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜର ଅବଜୁଗଞ୍ଜ ଗଙ୍ଗା ଘାଟରେ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ସ୍ନାନ ସମୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏସ୍‌ଡିଆରଏଫ…

ବିହାରରେ ବଜ୍ରପାତରେ ୧୬ ଜଣଙ୍କ ମୃତ୍ୟୁ, ଗଭୀର ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାରର ବିଭିନ୍ନ ଜିଲ୍ଲାରେ ବଜ୍ରପାତରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଏଥିସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ…

ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗି ଫସିଲେ ରୋଗାକ୍ରାନ୍ତ ଶିକ୍ଷକ, ସାଇବର ଠକ କରିଦେଲେ ଆକାଉଣ୍ଟ ଖାଲି!

ଅଭିନେତା ସୋନୁ ସୁଦ୍‌ଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ମାଗିବା ଜଣେ ରୋଗାକ୍ରାନ୍ତ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ସାଇବର ଠକ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଇଛନ୍ତି। ମାମଲା ବିହାରର ନାଳନ୍ଦା ଜିଲ୍ଲାର ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଶିକ୍ଷକ ଶୁଭମ୍ କୁମାର ଗତ ୧ ବର୍ଷ…

ଫିଲ୍ମ ଷ୍ଟାଇଲରେ ଚୋରି, ଚଳନ୍ତା ଟ୍ରେନରୁ ବ୍ୟବସାୟୀଙ୍କ ଠାରୁ ୨ କୋଟିର ସୁନା ଲୁଟିନେଲେ ଲୁଟେରା

ଚଳନ୍ତା ଟ୍ରେନରୁ ଲୁଟ୍‌ ଘଟଣା ଆପଣ ନିଶ୍ଚିତ ଫିଲ୍ମରେ ଦେଖିଥିବେ। ବଲିଉଡରେ ଏମିତି ଅନେକ ଫିଲ୍ମ ତିଆରି ହୋଇଛି, ଯେଉଁଥିରେ ଚଳନ୍ତା ଟ୍ରେନରୁ ଲୁଟ୍‌ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଘଟଣା କଟିହାର ବରାନୀ ରେଳଖଣ୍ଡରେ ଦେଖିବାକୁ ମିଳିଛି। ସୂଚନାମୁତାବକ, ହାଟେବାଜାର…

ସାରା ଦେଶରେ ଜଳୁଛି ଅଗ୍ନିପଥ ନିଆଁ! ଆଜି ବିହାର ବନ୍ଦ, ସମର୍ଥନ ଜଣାଇଲେ ଆର୍‌ଜେଡି ଓ ବାମପନ୍ଥୀ

ସାରା ଦେଶରେ ସେନା ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ’କୁ ନେଇ ନିଆଁ ଜଳୁଛି। ଏହାରି ଭିତରେ କିଛି ଛାତ୍ର ସଙ୍ଗଠନ ବିହାର ବନ୍ଦ ଆହ୍ଵାନ କରିଛନ୍ତି। ଛାତ୍ର ସଙ୍ଗଠନଗୁଡ଼ିକ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିହାର ବନ୍ଦ ଘୋଷଣା କରିଛନ୍ତି, ଯେଉଁଥିରେ ଆର୍‌ଜେଡି ଏବଂ ବାମପନ୍ଥୀ ଦଳଗୁଡ଼ିକ…

ଅଗ୍ନିପଥ ସ୍କିମ୍‌କୁ ତୀବ୍ର ବିରୋଧ: ରାସ୍ତାକୁ ଓହ୍ଲାଇଲେ ଛାତ୍ର, ଟ୍ରେନ୍‌ରେ ଲଗାଇଲେ ନିଆଁ

ବିହାର: ସେନାରେ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ସ୍କିମ୍‌କୁ ନେଇ ବିରୋଧ ତୀବ୍ର ହେଉଛି। ଅଗ୍ନିପଥ ଯୋଜନାକୁ ନେଇ ବିରୋଧର ସ୍ୱର ଧୀରେ ଧୀରେ ହିଂସାର ରୂପ ନେଇଛି। ବିହାରର ବିଭିନ୍ନ ସ୍ଥାନରେ ସେନା ନିଯୁକ୍ତି ଆଶାୟୀ ଲଙ୍କାକାଣ୍ଡ କରିଛନ୍ତି। ବିହାରର ଛାପ୍ରାରେ ଶହ ଶହ…